ସାଇବର ଠକେଇ ଅଭିଯୋଗରେ ରାଉରକେଲା ର ୪ଜଣଙ୍କୁ ଗିରଫ କଲା ସମ୍ବଲପୁର ସାଇବର ପୋଲିସ…

ଜାଲ ଆକାଉଣ୍ଟରେ ଜିଏସଟି ଠକେଇର ଖୋଲୁଛି ଗୁମର

୫୦ ଜାଲ ଆକାଉଣ୍ଟରେ ୧୨୪ କୋଟି ଠକେଇ।। ୧୦ ରୁ ଅଧିକ ଲୋକ ସମ୍ପୃକ୍ତି ସୂଚନା

ରାଉରକେଲା : (ବସନ୍ତ କୁମାର ଜେନା);ରାଉରକେଲା ଅର୍ବନ କୋଅପରେଟିଭ ବ୍ୟାଙ୍କ ରେ ଜାଲ ଆକାଉଣ୍ଟ ଖୋଲି ୧୩ କୋଟି ୭୫ ଲକ୍ଷ ଟଙ୍କା ଜିଏସ୍‌ଟି ଠକେଇ ମାମଲାରେ ୨ ଜଣ ବ୍ୟାଙ୍କ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ସାଇବର ଥାନା ପୁଲିସ। ତଦନ୍ତ ପରେ ଏହି ଜିଏସଟି ଠକେଇ ରାକେଟ ରେ ଆଉ ୧୦ ରୁ ଅଧିକ ଲୋକ ସମ୍ପୃକ୍ତ ଥିବା ଜଣା ପଡ଼ିଛି। ଏହି ଠକ ମନେ ୫୦ ରୁ ୬୦ ଜାଲ ଆକାଉଣ୍ଟ ଖୋଲି ସମୁଦାୟ ୧୨୪ କୋଟି ଟଙ୍କାର ଜିଏସଟି ଫାଙ୍କି ଥିବା ତଦନ୍ତରୁ ଜଣା ପଡ଼ିଛି। ଅଭିଯୁକ୍ତ ମାନେ ଫେରାର ଥିବାରୁ ଗିରଫ ହୋଇ ପାରିନାହାନ୍ତି। ଅନ୍ୟପକ୍ଷରେ ରାଉରକେଲା ରୁ ଗିରଫ ହୋଇଥିବା ୪ ଅଭିଯୁକ୍ତ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କର ସହକାରୀ ଶାଖା ପରିଚାଳକ ଅକ୍ଷୟ କୁମାର ନାୟକ, ସିନିୟର ଆସିଷ୍ଟାଣ୍ଟ ପ୍ରଶାନ୍ତ କୁମାର ଜେନା ଏବଂ ଅନ୍ୟ ଦୁଇ ବ୍ୟବସାୟୀ ସୁବାସ ସ୍ବାଇଁ ଏବଂ ଅମିତ ବେରୀୱାଲଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ ସମ୍ବଲପୁରର ଅଚ୍ୟୁତାନନ୍ଦ ବଢ଼େଇ ନାମକ ଜଣେ କେନ୍ଦ୍ର ସରକାର କର୍ମଚାରୀଙ୍କ ନାମରେ ଜାଲ ଆକାଉଣ୍ଟ ଖୋଲାଯାଇ ଏହି ଠକେଇ ହୋଇଥିଲା। ଏହି ଆକାଉଣ୍ଟ ରାଉରକେଲା ଅର୍ବନ କୋଅପରେଟିଭ ବ୍ୟାଙ୍କ ରେ ଖୋଲାଯାଇ କାରବାର ଚାଲିଥିଲା। ଏ ବାବଦରେ ଅଧିକ ତଦନ୍ତ ଚାଲିଛି ବୋଲି ସମ୍ବଲପୁର ଏସପି ବି. ଗଙ୍ଗାଧର କହିଛନ୍ତି ।
ଜାଲ ଆକାଉଣ୍ଟ ବାବଦରେ ଅଚ୍ୟୁତାନନ୍ଦ ଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ ଆସିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ନାମରେ ଜାଲ ଆକାଉଣ୍ଟ ଖୋଲାଯାଇ ଏହି କାରବାର ହେଉଥିବା ଜାଣିପାରି ସେ ସମ୍ବଲପୁର ସାଇବର ଥାନାରେ ଏତେଲା ଦେଇଥିଲେ। ସାଇବର ଥାନା ପୋଲିସ ଏବଂ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ କରି ଦୁଇ ବ୍ୟାଙ୍କ କର୍ମଚାରୀଙ୍କ ସହ ଚାରିଜଣ ଙ୍କୁ ଗିରଫ କରିଥିଲେ। ପୋଲିସ ଏକ ଦାମୀ କାର , ଆଇ ଫୋନ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ଼ପତ୍ର ଜବତ କରିଛନ୍ତି। ସୂଚନାଯୋଗ୍ୟ ଯେ ରାଉରକେଲା ଅର୍ବନ କୋଅପରେଟିଭ ବ୍ୟାଙ୍କରେ ବହୁ ଜାଲ ଆକାଉଣ୍ଟ ଖୋଲାଯାଇ ଜିଏସଟି ଠକେଇ ହୋଇ ଆସୁଥିବା ଅଭିଯୋଗ ଆଗରୁ ହୋଇଛି। ସମସ୍ତ କାରବାର ର ତଦନ୍ତ ସାଇବର ପୋଲିସ ଏବଂ ଅର୍ଥନୈତିକ ଅପରାଧ ଶାଖା କରୁଛି ।

nis-ad
Leave A Reply

Your email address will not be published.