ଉଚ୍ଚ ଶିକ୍ଷାନୁଷ୍ଠାନରେ ଜୁନ୍‌ ୧ରୁ ୧୬ ପର୍ଯ୍ୟନ୍ତ ଛୁଟି ନିଷ୍ପତ୍ତି

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରା ଛୁଟି କମାଇଲେ ସରକାର । ଜୁନ୍‌ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରିଛି ବିଭାଗ । ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । କୋଭିଡ୍‌ ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଖରାଛୁଟି କମିଛି । ଦରକାର ପଡ଼ିଲେ ଛୁଟି ଦିନ ଓ କାର୍ଯ୍ୟ ଦିବସରେ ଅତିରିକ୍ତ କ୍ଲାସ୍‌ ହେବ ବୋଲି ବିଭା କହିଛି ।

ପୂର୍ବରୁ ସ୍କୁଲ ପିଲାଙ୍କର ମଧ୍ୟ ଖରାଛୁଟି କମାଯାଇଛି । ଜୁନ୍‌ ୬ରୁ ୧୬ ଯାଏଁ ସ୍କୁଲରେ ଖରା ଛୁଟି ଘୋଷଣା ହୋଇଛି । କୋଭିଡ଼ ପାଇଁ ପାଠପଢା ବ୍ୟାହତ ହୋଇଥିବାରୁ ଖରାଛୁଟି କାଣ୍ଟଛାଣ୍ଟ କରାଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଜାରି ରହିବ ସକାଳୁଆ ସ୍କୁଲ । ମେ ପହିଲାରୁ ଜୁନ୍‌ ୫ ଯାଏ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ କ୍ଲାସ ଚାଲିବାକୁ ଥିବା ବେଳେ ଏପ୍ରିଲ୍‌ ୨୦ରୁ ୩୦ ପର୍ଯ୍ୟନ୍ତ ପ୍ରଥମରୁ ନବମ ଶ୍ରେଣୀ ଲାଗି ନୂଆ ଆଡ୍‌ମିଶନ୍‌ ଓ ରିଆଡମିଶନ ଚାଲୁ ରହିବ ।

nis-ad
Leave A Reply

Your email address will not be published.