ଆସନ୍ତାକାଲିଠୁ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ବର: ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଛି ଏବଂ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଛି। ୩ ମାସ ମଧ୍ୟରେ ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ ଡାକରା ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଡ୍ରାଇଭର ମହାସଂଘ ସମ୍ପାଦକ ଚୈତନ୍ୟ ପ୍ରଧାନ କହିଛନ୍ତି ଯେ ଆଜି ପାଇଁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ଏବଂ ଆସନ୍ତାକାଲିଠାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହେବ। ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଷ୍ଟିଅରିଂଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ସମ୍ପାଦକ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ଆଜି ସମ୍ମାନ,ସୁରକ୍ଷା ଓ ବୀମା ଆଦି ବିଭିନ୍ନ ଦାବିରେ ଓଡିଶା ଡ୍ରାଇଭର ମହାସଂଘର ପକ୍ଷରୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ହଜାର ହଜାର ଡ୍ରାଇଭର ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଡ୍ରାଇଭରଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ଦେବା ସହ ସେମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ ଲାଗି ଆଇନ ପ୍ରଣୟନ, ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ,ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି, ଦୁର୍ଘଟଣାରେ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦିଆଯାଉ, ୫୫ ବର୍ଷ ପରେ ପେନସନ ଦେବାକୁ ଦାବି, ଡ୍ରାଇଭରଙ୍କୁ ଆବାସ ଯୋଜନାରେ ଗୃହନିର୍ମାଣ,ଡ୍ରାଇଭରଙ୍କ ପିଲାଙ୍କୁ ଉଚ୍ଚଶିକ୍ଷା ଲାଗି ବ୍ୟବସ୍ଥା କରାଯିବା, ଗାଡି ଗୁଡିକୁ ପାର୍କି ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ପାଇଁ ବିଶ୍ରାମଗାର,ଶୌଚାଳୟର ବ୍ୟବସ୍ଥା, ଡ୍ରାଇଭର ମାନଙ୍କର ନିର୍ଦ୍ଧାରିତ ମୂଲ୍ୟାଙ୍କନ ଏବଂ ଗାଡି ଚଳାଇବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଉ ଆଦି ଦାବି ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନ କରିଛନ୍ତି।

nis-ad
Leave A Reply

Your email address will not be published.