କଂଗ୍ରେସ ଦଳରୁ ହାତ ଛାଡିଲେ ଜର୍ଜ ତିର୍କୀ


ସୁନ୍ଦରଗଡ଼/ରାଉରକେଲା,(୧୭।୪) : କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପିସିସି ନିକଟକୁ ପଠାଇଛନ୍ତି। ଜିଲା କଂଗ୍ରେସ କମିଟି ସଭାପତି ପଦରୁ ସେ ଇସ୍ତଫା ଦେବା ସହ ଦିନକୁ ଦିନ କଂଗ୍ରେସ ଅସ୍ତିତ୍ୱ ହରାଉଛି ବୋଲି ସେ କହିଛନ୍ତି। ଦଳର କୌଣସି ଭବିଷ୍ୟତ ନଥିବାରୁ ସେ କଂଗ୍ରେସ ଛାଡୁଥିବା ମଧ୍ୟ ଉଲ୍ଲେଖ କରିଛନ୍ତି।ପ୍ରକାଶ ଯେ, ବୀରମିତ୍ରପୁର ଆସନରୁ ୪ ଥର ବିଧାୟକ ହୋଇଥିଲେ ଜର୍ଜ। ଜେଏମ୍‌ଏମ୍‌ ଦଳରୁ ୧୯୯୫ ଓ ୨୦୦୦ ମସିହାରେ ସେ ବିଧାୟକ ହୋଇଥିଲେ। ୨୦୦୨ରେ ଜେଏମଏମ ଛାଡି ବିଜେଡିରେ ମିଶିଥିଲେ। ହେଲେ ପରେ ୨୦୦୪ରେ ବିଜେଡି ଛାଡିଥିଲେ। ୨୦୦୯ରେ ବିଧାନସଭା ନିିର୍ବାଚନରେ ସ୍ବାଧୀନ ଭାବେ ଲଢ଼ି ବିଧାୟକ ହୋଇଥିଲେ। ୨୦୧୪ରେ ସମତା କ୍ରାନ୍ତି ଦଳ ନାଁରେ ନିଜସ୍ବ ଦଳ ଗଠନ କରି ବୀରମିତ୍ରପିର ଆସନରୁ ଜିତିଥିଲେ । କିଛି ବର୍ଷ ପରେ ପୁଣି ଜେଏମଏମ୍‌କୁ ଫେରିଥିଲେ। ୨୦୧୮ରେ ସେ କଂଗ୍ରେସରେ ମିଶିଥିଲେ। ପରେ ୨୦୧୯ରେ ସୁନ୍ଦରଗଡ଼ ଲୋକ ସଭା ଆସନରୁ ଜର୍ଜ ପରାଜିତ ହୋଇଥିଲେ।(

nis-ad
Leave A Reply

Your email address will not be published.