ପ୍ରବାଦପୁରୁଷ ବିଜୁବାବୁଙ୍କର ୨୫ତମ ଶ୍ରାଦ୍ଧଦିବସରେ ରାଉରକେଲା ବିଜେଡିର ବିନମ୍ର ଶ୍ରଦ୍ଧାଞ୍ଜଳି

ରାଉରକେଲା (୧୭/୦୪) : ରାଉରକେଲା ବିଜୁ ଜନତା ଦଳ ତରଫରୁ ଓଡିଶାର ଜନନାୟକ ,ପ୍ରବାଦ ପୁରୁଷ, ନୂତନ ଓଡିଶା ନିର୍ମାତା, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ ବିଜୁବାବୁଙ୍କର ୨୫ତମ ଶ୍ରାଦ୍ଧ ଦିବସରେ ଉପଲକ୍ଷେ ଛେଣ୍ଡ୍ କଲୋନୀ କଳିଙ୍ଗବିହାର ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତିରେ ରାଉରକେଲାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ନେତୃତ୍ବରେ ସମସ୍ତ ପଦାଧିକାରୀ,କର୍ମୀମାନେ,ସ୍ବଛାସେବୀ ସଂଗଠନ ମାନଙ୍କ ଦ୍ଵାରା ମାଲ୍ୟାର୍ପଣ ତଥା ପୂଜାର୍ଚନା କାର୍ଯ୍ୟକ୍ରମ ମାନ କରଯାଇଥିଲା । ନିରାଡମ୍ବର ଶ୍ରଦ୍ଧାଞ୍ଜଳି ସଭାରେ ନଗର ସଭାପତି ଗଗନ ପଣ୍ଡା ସଭାପତିତ୍ଵ କରିଥିବାବେଳେ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ କହିଥିଲେଜେ ଓଡିଶା ପ୍ରଗତି ରଥର ବିଜୁବାବୁ କିମ୍ବଦନ୍ତୀ ପୁରୁଷ,ତାଙ୍କଯୋଗୁ ଓଡିଶା ଦେଶ ବିଦେଶରେ ସୁପରିଚିତ ,ସମଗ୍ର ଓଡିଶାବାସୀ କେନ୍ଦ୍ରସରକାରଙ୍କ ଠାରୁ ବିଜୁବାବୁଙ୍କୁ ଭରତ ରତ୍ନ ଦେବାପାଇଁ ଦାବିକରୁଅଛୁ । ତାଙ୍କର ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଗରିବ,ଖଟିଖିଆ, ହରିଜନ,ଆଦିବାସୀ,ଅଳ୍ପସାଂଖିକ ସର୍ବୋପରି ଓଡିଶାର ସାଢେ ଚାରିକୋଟି ଲୋକଙ୍କର ପ୍ରଗତି ନିମନ୍ତେ ଅହରହ କାର୍ଯ୍ୟକରି ସାରା ଦେଶରେ ଆଦର୍ଶ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି,ମଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାଇ କର୍ମୀମାନଙ୍କୁ ଲୋକମାନଙ୍କ ସେବା କରିବା ପାଇଁ ଏକ ଶପଥ ପାଠ କରାଇଥିଲେ । ପୂର୍ବତନ ପୌରାଧକ୍ଷ ଶ୍ରୀମତୀ ରଶ୍ମିବାଲା ମିଶ୍ର,ରାଜ୍ୟପରିଷଦ ସଭ୍ୟ ବ୍ରୀଜମୋହନ ଅଗ୍ରୱାଲ, ମହିଳା ଜୋନ କାର୍ଯ୍ୟକାରୀ ସଭାପତି ସନ୍ଧ୍ୟାରାଣୀ ଲାକ୍ରା,ଜିଲ୍ଲା ଉପସଭାପତି ସୁଦାମ ଦାସ,ଜିଲା ଉପସଭାପତି ତଥା ମୁଖପାତ୍ର ଜୟନ୍ତ କୁମାର ମିଶ୍ର,ଆଇନିଜୀବୀ ଜୋନ୍ ସଂଯୋଜକ ସନ୍ତୋଷ କୁମାର ନାୟକ,ରାଜ୍ୟସାଧାରଣ ସମ୍ପାଦିକା ଆରତି ଚୌଧୁରୀ,ରାଉରକେଲା ସଭାନେତ୍ରୀ ଜୋଷ୍ଣା ନାୟକ,ବାରିଷ୍ଟ ନେତା ଶ୍ରୀଚରଣ ମହାନ୍ତି ବିଜୁବାବୁଙ୍କ ଉପରେ ବକ୍ତବ୍ୟମାନ ରଖିଥିଲେ । ଶେଷରେ ବରିଷ୍ଟ ନେତା ସରୋଜ ଦାସ ଧନ୍ୟବାଦ ଦେଇଥିଲେ । ଏହାପରେ ଅମର ଭବନ ଠାରେ ରାଉରକେଲା ବିଜେଡି ଯୁବସଭାପତି ସୁଶାନ୍ତ ରାଉତ,ଏବଂ ଛାତ୍ର ସଭାପତି ଡି ଅଭିକ କୁମାରଙ୍କ ନେତୃତ୍ବରେ ଏକ ରକ୍ତଦାନ ଶିବିର କରାଯାଇ ୨୦୧ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ଜେନା,ବିଜୟାନନ୍ଦ ପଟ୍ଟନାୟକ, ଦୁଷ୍ମନ୍ତ ରାଉତରାୟ, ମାନସ ମହାନ୍ତି,ପାପୁ ଜୟସ୍ଵଳ,ବିକାଶ ଶୁକ୍ଲା, ହରମୋହନ ମହାପାତ୍ର, ଜର୍ଜ ଆନନ୍ଦ,ନୂତନ ଆଇନିଜୀବୀ ରାଉରକେଲା ସଭାପତି ସୁରେଶ ଚନ୍ଦ୍ର ମାଝି, ଚେମ୍ବର ଅଧକ୍ଷ ପରବୀନ ଗର୍ଗ, ସତ୍ୟନାରାୟଣ ମହାପାତ୍ର, ଉମାକାନ୍ତ ପରିଡା,ହାଡିବନ୍ଧୁ ପରିଡା, ଯୁଗଲ କିଶୋର ଆଚାର୍ଯ୍ୟ,ଶ୍ରୀବଛ କୁଅଁର,ଗଙ୍ଗା ଜେନା,ସୁଦର୍ଶନ ମିଶ୍ର, ଗଣେଶ ଭୁୟାଁ, ମୋହନ ଡାକୁଆ, ଅକ୍ଷୟ ନାୟକ, ବିଜୟ ନାୟକ,ରଞ୍ଜନ ନାୟକ, କାଶୀନାଥ ଲେଙ୍କା,ଚନ୍ଦ୍ରମଣି ମାଝି,ଆର କେ ମିଶ୍ର,ସୁଶାନ୍ତ ଦାସ,ନିରଞ୍ଜନ ଚୌଧୁରୀ,ଭରତ ଚନ୍ଦ୍ର ଦାସ,ବସନ୍ତ ସେନାପତି,ନିରଞ୍ଜନ ମହାନ୍ତ,ଧୀରେନ୍ଦ୍ର ପ୍ରସାଦ ଦାସ,ସୁଧାଂଶୁ ସାମଲ,ପ୍ରକାଶ ଧଳ,ଓମ ପ୍ରକାଶ ସାଇ, ବିକାଶ ଜେନା,ସମେତ ଅନେକ ବିଜୁ ପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଗୁଡିକୁ ସଫଳ କରିଥିଲେ ।

nis-ad
Leave A Reply

Your email address will not be published.