ଆଇପିଏଲ ସଟା ବେଟିଙ୍ଗ ରାକେଟର ପର୍ଦ୍ଦାଫାଶ ବିରମିତ୍ରପୁର ପୋଲିସ

ରାଉରକେଲା (୧୭/୦୪) : ସୁନ୍ଦରଗଡ ଜିଲ୍ଲାରେ ଏବେ ଆଇପିଏଲ ସଟା ବଜ଼ାର ଗରମ ରହିଛି। ତେବେ ପୋଲିସ ର ସକ୍ରିୟତା ଯୋଗୁଁ ରବିବାର ଦିନ ଏକ ବଡ଼ ଧରଣର ସଟ୍ଟା ରାକେଟର ପର୍ଦ୍ଦାଫାଶ ହୋଇଛି। ବିରମିତ୍ରପୁର ପୋଲିସ କୁଆରମୁଣ୍ଡାର ଯମୁନାନାକୀ ଅଞ୍ଚଳରେ ଚଢ଼ାଉ କରି ବେଆଇନ ଆଇପିଏଲ ସଟା ଖେଳରେ ଲିପ୍ତ ଥିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରିଛନ୍ତି ।
ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଛତିଶଗଡ଼ ଭିଲାଇ ଅଞ୍ଚଳର । କୁଆରମୁଣ୍ଡା ଅଞ୍ଚଳରେ ଘରଭଡା ନେଇ ଏପ୍ରକାର ବେଆଇନ ସଟା କାରବାର ଚଳାଇଥିଲେ । ଅନ ଲାଇନ ରେ ଲକ୍ଷଲକ୍ଷ ଟଙ୍କାର ଆଇପିଏଲ ସଟା କାରବାର କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ପୋଲିସ ସେମାନଙ୍କ ଠାରୁ ସଟା ଖେଳରେ ବ୍ୟବହୃତ ହୋଇଥିବା ୧୮ ଟି ମୋବାଇଲ ଫୋନ , ଲାପଟପ , ଟାଵଲେଟ ଆଦି ଜବତ କରିଛନ୍ତି । ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

nis-ad
Leave A Reply

Your email address will not be published.