ରାଜ୍ୟର ୨ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ

 ଭୁବନେଶ୍ବର: ପ୍ରବଳ ଖରାରେ ଓଡିଶା ସିଝୁଥିବା ବେଳେ ଆଜି ୧୨ ସହର ୪୦ ଡିଗ୍ରୀ ଉପରେ ରହିଛି । ସେହିପରି ୨ ସହରର ପାରଦ ୪୩ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି ।

ଟକମକ ଫୁଟୁଛି ସାରା ଓଡିଶା । ଗୁଳୁଗୁଳି ଓ ଗରମ ପାଇଁ ରାସ୍ତାଘାଟରେ ଯାତାୟତ ବି ଅସମ୍ଭବ ହୋଇପଡୁଛି । ରାଜ୍ୟର ସବୁ ସହରରେ ପାରଦ ଉପରେ ରହୁଛି । ତେବେ ଓଡ଼ିଶାର ୧୨ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଏବଂ ତା ଠାରୁ ଅଧିକ ରେକର୍ଡ କରାଯାଇଛି । ୪୩.୨ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।

ସେହିପରି ଅନୁଗୁଳ ୪୩.୧, ଝାରସୁଗୁଡା- ୪୨.୯, ବୋଦ୍ଧ- ୪୨ ଡିଗ୍ରୀ, ବବାଙ୍ଗୀର- ୪୨. ୪ ଡିଗ୍ରୀ, ପାରଳାଖେମୁଣ୍ଡି- ୪୧ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱର ୮.୬ ଏବଂ କଟକ ୩୮.୧ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

nis-ad
Leave A Reply

Your email address will not be published.