ପୁରୀ ସମୁଦ୍ର ବେଳାଭୂମିରେ ଉଦଘାଟନ ହେଲା ବିଚ୍ କନେକ୍ଟ 

ପୁରୀ: ସମୁଦ୍ର ବେଳାଭୂମିରେ ଉଦଘାଟନ ହେଲା ବିଚ୍ କନେକ୍ଟ (beach connect) କାର୍ଯ୍ୟକ୍ରମ । ପୁରୀ ବେଳାଭୂମିକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ସ୍ବଚ୍ଛ ଅଭିଯାନରେ ଛାତ୍ରଛାତ୍ରୀ,ପର୍ଯ୍ୟଟକ, ସ୍ବେଚ୍ଛାସେବୀ ଓ ପୁରୀ ବାସିନ୍ଦା ସାମିଲ ହୋଇଛନ୍ତି ।

ପୁରୀ ଜଗନ୍ନାଥ ମନ୍ଦିର ଏବଂ ବେଳିଭୂମି ବିଶ୍ବର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବେ ବେଶ ପରିଚିତ । ଏହାର ସୁରକ୍ଷା ଓ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷ ପରିମଳ ଯୋଜନା ହାତକୁ ନେଇଛି । ସମୁଦ୍ର ବେଳଭୂମିକୁ ପରିଷ୍କାର ପରିଚ୍ଛନ ରଖିବାକୁ ସକାଳ 5 ଟା 30 ରୁ 6 ଟା 30 ଯାଏ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ରୀ, ପର୍ଯ୍ୟଟକ, ସମୁଦ୍ରକୂଳ ଉଠା ଦୋକାନୀ, ପୁରୀ ସହରବାସୀ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଣିକି ପ୍ରତ୍ୟେକ ମାସର ରବିବାର ଏବଂ ଦ୍ବିତୀୟ ରବିବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୁରୀ ବେଳାଭୂମିକୁ ସ୍ବଚ୍ଛ ରଖିବା ନେଇ ସଚେତନତା ବାର୍ତ୍ତା ଦେବା ନିମନ୍ତେ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

କେବଳ ସଫେଇ ନୁହେଁ ଶରୀର ଫିଟ ରଖିବା ପାଇଁ ସକାଳୁ ଯୋଗ, ଭଲିବଲ ସମେତ ଛୋଟ ପିଲାଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଖେଳ , ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି । ବିଚ୍ କନେକ୍ଟ ସଫେଇ କାର୍ଯ୍ୟକ୍ରମ ଆଗାମୀ ଦିନରେ ବେଳାଭୂମି ସଫେଇ ନିମନ୍ତେ ଏକ ସଫଳ କାର୍ଯ୍ୟକ୍ରମ ହେବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି । ସେପଟେ ପୁରୀ ବେଳାଭୂମି ସଫେଇ ଦିଗରେ ପ୍ରଶାସନର ନିଆରା କାର୍ଯ୍ୟକ୍ରମକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।

nis-ad
Leave A Reply

Your email address will not be published.