ମସ୍‌ଜିଦରୁ ଲାଉଡ୍‌ ସ୍ପିକର ହଟାଇବାକୁ ସମୟ ଦେଲେ ରାଜ୍ ଠାକରେ

ମୁମ୍ବାଇ: ମେ’ ୩ ସୁଦ୍ଧା ଯଦି ମସଜିଦଦରୁ ଲାଉଡ୍‌ ସ୍ପିକର ନହଟେ ତେବେ ହିନ୍ଦୁ ଭାଇମାନଙ୍କୁ ପ୍ରସ୍ତୁତ ରହିବାକୁ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଦେଶର ସବୁ ହିନ୍ଦୁ ପ୍ରେମୀମାନଙ୍କୁ ମେ’ ୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅନୁରୋଧ କରିଛି। ମେ’ ୩ ପରେ ଯଦି ମସଜିଦରୁ ଲାଉଡ୍‌ ସ୍ପିକର ନହଟେ ତେବେ ସବୁ ମସଜିଦ ଆଗରେ ହନୁମାର ଚାଳିଶା ପଡ଼ିବାକୁ ଆହ୍ୱାନ କରିଛନ୍ତି । ସେପଟେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେ ଓ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ଆମେ ମହାରାଷ୍ଟ୍ରରେ ଦଙ୍ଗା ଚାହୁଁନାହିଁ ବୋଲି କହିଛନ୍ତି ରାଜ୍ ଠାକରେ। ସେ କହିଛନ୍ତି, ଆମେ କାହାର ପ୍ରାର୍ଥନାକୁ ବିରୋଧ କରୁନାହୁଁ । କିନ୍ତୁ ସେମାନେ ଯଦି ଲାଉଡ୍‌ ସ୍ପିକର ବ୍ୟବହାର କରିବେ, ଆମେ ବି ସେୟା କରିବୁ ।
ମେ ୩ ପରେ କଣ ହେବ ମୁଁ ଦେଖିବି ବୋଲି ରାଜ୍ ଠାକରେ କହିଛନ୍ତି। ଅନ୍ୟପକ୍ଷରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରରେ ଶାନ୍ତିଭଙ୍ଗ ପାଇଁ ଉଦ୍ୟମ ହେଉଛି । କିଛି ଲୋକ ରାମ ଓ ହନୁମାନ ନାମରେ ଦଙ୍ଗା ଉସୁକାଇବାକୁ ଚାହୁଁଛନ୍ତି। ପର୍ଯ୍ୟନ୍ତ ଲାଉଡ୍‌ସ୍ପିକର ହଟାଇବାକୁ ଅଲ୍‌ଟିମେଟମ୍ ବି ଦେଇଥିଲେ। ନହେଲେ ତାଙ୍କ ଦଳର କାର୍ଯ୍ୟକର୍ତ୍ତାମାନେ ପ୍ରତ୍ୟେକ ମସ୍‌ଜିଦ୍‌ ବାହାରେ ଲାଉଡ୍‌ସ୍ପିକରରେ ହନୁମାନ ଚାଳିଶା ବଜାଇବେ ବୋଲି ରାଜ ଠାକରେ ଚେତାବନୀ ଦେଇଥିଲେ।
ରାଜ୍ ଠାକ୍‌ରେଙ୍କର ଏହି ବୟାନ ନିଜ ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିଥିଲା। ଶିବସେନା ଏମ୍‌ଏନ୍‌ଏସ୍‌କୁ ବିଜେପିର-ବି ଟିମ କହୁଥିବା ବେଳେ ଏହି ମନ୍ତବ୍ୟରେ ଦଳର ଅନେକ ନେତା ନିରାଶ ମଧ୍ୟ ଥିଲେ। ଯାହାକୁ ନେଇ ରାଜ୍ୟ ସଚିବ ଇର୍ଫାନ ଶେଖ୍ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ ଠାକ୍‌ରେଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଠାକରେ କିନ୍ତୁ ତାଙ୍କ ମନ୍ତବ୍ୟରେ ପଛକୁ ହଟିବା ଦେଖାଯାଉନି। ଏପ୍ରିଲ ୨୨ ତାରିଖରେ ସେ ନିଜେ ହନୁମାନ ଚାଳିଶା ଓ ମହାଆରତୀ ପାଠ କରିବେ ବୋଲି କୁହାଯାଉଛି।

nis-ad
Leave A Reply

Your email address will not be published.