ରାଉରକେଲା ରେ ସରକାରୀ କର୍ମଚାରୀଙ୍କ ନାଁରେ ଜାଲ ବ୍ୟାଙ୍କ ଏକାଉଣ୍ଟ୍ ଖୋଲି ଜିଏସଟି ଠକେଇ…


ରାଉରକେଲା :(ବସନ୍ତ କୁମାର ଜେନା); ସରକାରୀ କର୍ମଚାରୀଙ୍କ ନାଁ ରେ ଜାଲ ବ୍ୟାଙ୍କ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଜିଏଷ୍ଟି ଠକେଇ। ରାଉରକେଲା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର ସମେତ ଅନ୍ୟ ୩ କର୍ମଚାରୀ ଗିରଫ। ଜାଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ୧୩ କୋଟି ୭୬ ଲକ୍ଷ ୨ ହଜାର ୭୩୪ ଟଙ୍କା ଜିଏସଟି ଠକେଇ । ଜାଲ ଆକାଉଣ୍ଟ କୁ ନେଇ ସମ୍ବଲପୁର ସାଇବାର ଥାନାରେ ଅଭିଯୋଗ କରିଥିଲେ ସରକାରୀ କର୍ମଚାରୀ ଅଚ୍ୟୁତା ନନ୍ଦ । ଜାଲ ଆକାଉଣ୍ଟରେ କୋଟି କୋଟି ଟଙ୍କାର ଜିଏସଟି ଦାଖଲ ହେଇନଥିବା ନେଇ ଅଚ୍ୟୁତଙ୍କୁ ଆସିଥିଲା ନୋଟିସ । ଘଟଣାରେ ସମ୍ବଲପୁର ସାଇବର ପୋଲିସ ରାଉରକେଲା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଆସିଷ୍ଟାଣ୍ତ ମ୍ୟାନେଜର ଅକ୍ଷୟ କୁମାର ନାୟକ, ବରିଷ୍ଟ ସହାୟକ ପିକେ ଜେନା, ସୁବାସ ସ୍ୱାଇଁ ଓ ଅମିତ ବେରିବାଲ କୁ ଗିରଫ କରିଛି । ତଦନ୍ତ ଜାରି ରହିଛି ସୂଚନା ଥାଉକି ଏହିଭଳି ଜିଏଷ୍ଟି ଥାଇ ମଧ୍ୟ ଗ୍ରହାକଙ୍କୁ ନକଲି ଵିଲ ଦେଇ ଠକୁଥିବା ନଜିର ରହିଛି ତେଣୁ ସରକାର ଏହାକୁ ନେଇ କଡା ଆଭିମୁଖ୍ୟ ହେବା ଜରୁରୀ

nis-ad
Leave A Reply

Your email address will not be published.