ବ୍ରହ୍ମପୁର ମେୟର ଙ୍କ ପାଇଁ ଅନେକ ଅଗ୍ନି ପରୀକ୍ଷା : ଗୋଟି ଚାଳନାରେ କେତେ ସମର୍ଥ ତାହା ସମୟ କହିବ…!

ବ୍ରହ୍ମପୁର ମହାନଗର ସମସ୍ୟା ସମାଧାନ ପାଇଁ ସଂଘର୍ଷ ପଥରେ ନବ ନିର୍ବାଚିତ ମେୟର ସଂଘମିତ୍ରା ଦଳେଇ ଙ୍କ ପାଇଁ ଅନେକ ଆହ୍ବାନ ! ଶହେ ପଚାଶ ବର୍ଷ ରୁ ଉର୍ଦ୍ଧ୍ବ ପରମାୟୁ ର ସହର ବ୍ରହ୍ମପୁର ଯାହାକି ରେଶମ ସହର ନାମ ରେ ପରିଚିତ, ବ୍ରହ୍ମପୁର ଦକ୍ଷିଣ ଓଡ଼ିଶା ର ଏକ ପ୍ରମୁଖ ସହର। ଓଡ଼ିଆ, ତେଲୁଗୁ ଭାଷୀ ଲୋକ ବସ ବାସ କରୁଥିବା ସହର ଐତିହ୍ୟ କଳା ସଂସ୍କୃତି ବାଣିଜ୍ଯ ଶିକ୍ଷା ସ୍ବାସ୍ଥ୍ଯ ପାଇଁ ସ୍ବତନ୍ତ୍ର ସ୍ଥାନ ରଖିବା ସହିତ ଅନେକ ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶ ର କିଛି ଅଂଚଳ ଏହି ସହର ଉପରେ ନିର୍ଭର କରି ଆସୁଛନ୍ତି। ଏଣୁ ବ୍ରହ୍ମପୁର ସହର ର ବିକାଶ ପ୍ରଗତି ପାଇଁ ସ୍ବତନ୍ତ୍ର ଅର୍ଥ ବରାଦ କରି ଏହି ସହରକୁ ସୁନ୍ଦର ପାଇଁ ପ୍ରୟାସ ଜରୁରୀ। ୨୦୦୯ ଡିସେମ୍ବର ଶେଷ ଭାଗରେ ବ୍ରହ୍ମପୁର ସହର ମହାନଗର ମାନ୍ୟତା ପାଇଥିଲା। ପୌର ଅଧ୍ଯକ୍ଷ ପଦ ରୁ ମେୟର ପଦ ସହିତ ପରିଚିତ ହେଲେ ବ୍ରହ୍ମପୁର ବାସୀନ୍ଦା ଏବଂ ବହୁ ବଡ଼ ବଡ଼ ସ୍ବପ୍ନ ଦେଖିଲେ ସାଧାରଣ ଜନତା। ପ୍ରଥମ ମେୟର ଶିବଶଙ୍କର ଦାସ ଙ୍କ ଭାଗ୍ଯ ରେ ବ୍ରହ୍ମପୁର ମହାନଗରୀ ପ୍ରଥମ ମେୟର ପରିଚୟ ତାଙ୍କ ପାଇଁ ଗୌରବ ବିଷୟ ଥିଲା ଏବଂ ସେ ମେୟର ଥିବା ସମୟରେ ସହରର ବିକାଶ ପ୍ରଗତି ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇ ଆଦର୍ଶ ପାଲଟିଗଲେ ପିଣ୍ଟୁ ଦାସ ଓରଫ୍ ଶିବ ଶଂକର ଦାସ। ସେହି ମଣିଷ ପାଇଁ ବିକାଶ ର ଧାରା ରେ ସହରର ମୁଖ୍ଯ ରାସ୍ତା ଗୁଡିକ ପ୍ରଶସ୍ତ ହେବା ସହିତ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ଭବ ହେଲା ବୋଲି ସହର ରେ ସେ ଆଜି ବି ଚର୍ଚ୍ଚା କରିବା ପାଇଁ ଏକ ଅବସର ତିଆରି କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କ ପରେ ମେୟର ହେଲେ ମାଧବୀ।ତାଙ୍କର କାର୍ଯ୍ୟ କାଳ ଆରମ୍ଭ ହେବାର କିଛି ଦିନ ମଧ୍ଯ ରେ ବ୍ରହ୍ମପୁର ମହାନଗର ମାନ୍ୟତା ପାଇଥିବା ଏତେ ବଡ଼ ସହର ସମ୍ମୁଖୀନ ହେଲା ଫାଇଲିନ। ୧୯୯୯ ବାତ୍ଯା ପରେ ଓଡିଶା ପାଇଁ ବଡ଼ ବାତ୍ଯା ବ୍ରହ୍ମପୁର ସହର କୁ ଧ୍ବସ୍ତ ବିଧ୍ବସ୍ତ କରି ଦେଲା। ମେୟର ମାଧବୀ ଙ୍କ ପାଇଁ ଏହା ଥିଲା ବଡ଼ ଆହ୍ବାନ। ସର୍ବଶକ୍ତିମାନ ସରକାର ଏବଂ ଲୋକ ମାନଙ୍କ ସଂଗଠନ ସହଯୋଗ ରେ ବ୍ରହ୍ମପୁର ସ୍ବାଭାବିକ ହେଲା। ମେୟର ମାଧବୀ ଙ୍କ ପଛରେ ତାଙ୍କର ଭାଇ ଅନୀଲ କୁମାର ରହିବା ସହିତ ମେୟର ମାଧବୀ ଙ୍କ ଆତ୍ମବିଶ୍ୱାସ ବଢେଇ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇ ଆସୁଥିବା ବେଳେ ହଠାତ୍ ଦୁଇ କଂଗ୍ରେସ ନେତା ଚନ୍ଦ୍ର ଶେଖର ସାହୁ ଏବଂ ବିକ୍ରମ ପଣ୍ଡା ରାଜନୀତି ପଣ୍ଡିତ ଙ୍କ ଅଧ୍ୟୟନ କୁ ଚକମା ଦେଇ ବିଜୁ ଜନତା ଦଳ ରେ କେବଳ ସାମିଲ ହେଲେ ନାହିଁ ବରଂ ବିଜୁ ଜନତା ଦଳ ତରଫରୁ ଦୁଇ ନେତା ଚନ୍ଦ୍ର ଶେଖର ସାହୁ ସାଂସଦ ବିକ୍ରମ ପଣ୍ଡା ବ୍ରହ୍ମପୁର ବିଧାୟକ ପ୍ରବଳ ପରାକ୍ରମୀ ନେତା ଭାବେ ସ୍ଥାନ ଦଖଲ କରି ନେଲେ l ବିଜୁ ଜନତା ଦଳ ରେ ଆଜି ପର୍ୟ୍ଯନ୍ତ ଏହି ଦୁଇ ନେତା ଙ୍କୁ ବିଜେଡି ବିଶ୍ବାସ କୁ ନେଇ କାମ କରିବା ସହିତ ଏ ଦୁଇ ନେତୃତ୍ବ ବିଜେଡି ର ସ୍ବର ଭାବେ କାମ କରୁଥିବା ବେଳେ ଆଜି ଚାରି ବର୍ଷ ପରେ ଯେତେବେଳେ ମହାନଗର ନିର୍ବାଚନ ରେ ସଂଘମିତ୍ରା ଦଳେଇ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ପାଇଗଲେ ବର୍ତ୍ତମାନ ବିଜ୍ଞ ନିଷ୍ପତ୍ତି ପାଇଁ ସେ କିପରି ସମର୍ଥ ହେବେ ସମୟ ହିଁ କହିବ। ବ୍ରହ୍ମପୁର ସହର ର ନବ ନିର୍ବାଚିତ ମେୟର ସଂଘମିତ୍ରା ଦଳେଇ ମେୟର ନିର୍ବାଚନ ଜିଣିବା ଏବଂ ନିଜ ପଦ ମର୍ଯ୍ୟାଦା ପାଇବା କୁ ନେଇ ଅକ୍ଳାନ୍ତ ପରିଶ୍ରମ କରିବା ସହିତ ନିଜ ର ସ୍ବାମୀ ଭୀମ ଦଳେଇ ଙ୍କ ସହଯୋଗ ଙ୍କୁ ଅସ୍ବୀକାର କରି ହେବ ନାହିଁ। ନବ ନିର୍ବାଚିତ ମେୟର ସଂଘମିତ୍ରା ଦଳେଇ ଙ୍କ ପାଇଁ ଏକାଧିକ ଆହ୍ବାନ ବର୍ତ୍ତମାନ ବ୍ରହ୍ମପୁର ମହାନଗରୀ ମୁହଁ ରେ ହସ ଫୁଟିଲା ପରି କାର୍ୟ୍ଯ ନିହାତି ଆବଶ୍ଯକ । ସେ ରାଜନୈତିକ ଜୀବନ ରେ ଅନେକ ଉତ୍ଥାନ ପତନ ଦେଖି ଆଜି ଶେଷ ରେ ମେୟର ପଦ ମର୍ଯ୍ୟାଦା ପାଇବା ପାଇଁ ତାଙ୍କର ଭାଗ୍ଯ ସାଥି ଦେଲା ସତ କିନ୍ତୁ ସହର ର ଦୈନ୍ଯ ଚିତ୍ର ଅଭାବ ନୀୟ ରାସ୍ତା ଘାଟ କୁ ତୁରନ୍ତ ସୌନ୍ଦର୍ୟ୍ଯ ମୟ କରିବା ହିଁ ତାଙ୍କର ପ୍ରାଥମିକ କାର୍ଯ୍ୟ । ମୁଖ୍ଯ ମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଗରୀ ବିକାଶ ପାଇଁ ସେ ତତ୍ପର କହି ସହର ବାସୀନ୍ଦା ଙ୍କ ପାଇଁ ସ୍ବପ୍ନ ଦେଖିବାକୁ ପଥ ଉନ୍ମୁକ୍ତ କରି ଦେଲେ କିନ୍ତୁ ପ୍ରକୃତ ତାଙ୍କର ଆନ୍ତରିକତା ଯେ ଏକ ଛଳନା ସ୍ବୀକାର କରିବା କୁ ହେବ। ପାଞ୍ଚ ବର୍ଷ ବିତିଗଲା କିନ୍ତୁ ସହର ବାସୀନ୍ଦା ଙ୍କ ସହିତ ଦିନେ ସୁସ୍ଥ ପରିବେଶ ରେ ଆସି ସୁସ୍ଥ ମନ ରେ ସହର ବାସୀନ୍ଦା ଙ୍କ ମନ କଥା ବୁଝିବା ପାଇଁ ସମୟ ପାଇଲେ ନାହିଁ । ବର୍ତ୍ତମାନ ବ୍ରହ୍ମପୁର ହତ ଶ୍ରୀ ଅବସ୍ଥା ରେ ତାର ପରିଚିତ ତିଆରି କରିବା ପାଇଁ ସଂଘର୍ଷ କରିବା ସମୟ ରେ ସଂଘମିତ୍ରା ଦଳେଇ ମେୟର ପଦରେ ରହି ଅଗ୍ନି ପଥ ଅତିକ୍ରମ କରିବା ପାଇଁ ସେ କେତେ ସମର୍ଥ ହେବେ ତାହା ସମୟ ହିଁ କହିବ। ରାମଲିଙ୍ଗେଶ୍ବର ବନ୍ଧ ସୌନ୍ଦର୍ୟ୍ଯ କରଣ ରେ ସହର ବିକାଶ ଲାଭ କରି ପାରିଛି କହିବା ଗୋଟିଏ ଅବିବେକୀ ର ବିଚାର ବ୍ୟତୀତ କିଛି ନୁହଁ। ବର୍ତ୍ତମାନ ବ୍ରହ୍ମପୁର ମହାନଗରୀ ବିକାଶ ସହିତ ଦୁର୍ବଳ ରାସ୍ତା ଘାଟ କୁ ସଜାଡ଼ିବାର ସମୟ। ଅସଜଡା ବ୍ରହ୍ମପୁର ମହାନଗରୀ ର ସ୍ବାସ୍ଥ୍ଯ ପରିବେଶ ପର୍ଯାବରଣ ପାଇଁ ଅନେକ କାର୍ଯ୍ୟ ତୁରନ୍ତ କରିବା ଜରୁରୀ। ମେୟର ପଦ ରେ ବସିବା ର ଆନନ୍ଦ ଉଲ୍ଲାସ ରେ ବର୍ତ୍ତମାନ ସଂଘମିତ୍ରା ଦଳେଇ ଦୈନିକ ସମ୍ମାନ ଓ ସମ୍ବର୍ଦ୍ଧନା ରେ ବ୍ୟସ୍ତ କିନ୍ତୁ ଦୁଇ ମାସ ପରେ ମହାନଗର ବ୍ରହ୍ମପୁର ସହରର ବିକାଶ ର ଅସଲ ଚିତ୍ର ବର୍ଷା ଦିନ ରେ ସହର ଅବସ୍ଥା ଦେଖିବାକୁ ମିଳିବ । ଗୋଟିଏ ପଟେ ପ୍ରବଳ ପରାକ୍ରମୀ ବିଧାୟକ ବିକ୍ରମ ପଣ୍ଡା ଅନ୍ୟ ପଟେ ନବ ନିର୍ବାଚିତ ମେୟର ସଂଘମିତ୍ରା ଦଳେଇ ଙ୍କ ରାଜନୈତିକ ଜୀବନ ସହିତ ତାଙ୍କର ସ୍ବାଭିମାନ ର ଯାତ୍ରା ଆରମ୍ଭ ରେ କିଏ କେତେ ମହାନଗର ବ୍ରହ୍ମପୁର ସହରର ବିକାଶ ପାଇଁ ସହାୟ ହେବେ ତାହା ସମୟ ହିଁ କହିବ….

nis-ad
Leave A Reply

Your email address will not be published.