ଆଇ.ଆର୍.ଇ ପ୍ଳାଣ୍ଟ ପରିସରରେ କାର୍ଯ୍ୟ କରୁଥିବା ସମୟରେ ମହିଳା ଶ୍ରମିକ ଙ୍କ ମୃତ୍ୟୁ…

ଛତ୍ରପୁର : ଆଇ.ଆର୍.ଇ ପ୍ଳାଣ୍ଟ ପରିସରରେ କାର୍ଯ୍ୟ କରୁଥିବା ସମୟରେ ମହିଳା ଶ୍ରମିକ ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ଛତ୍ରପୁର ନିକଟବର୍ତ୍ତୀ ମାଟିଖାଲ ଗ୍ରାମର ରମା ପ୍ରଧାନ(୩୪) ପ୍ଳାଣ୍ଟ ପରିସରରେ ରବିବାର ଲୁହା ବୋହି ଆଣୁଥିବା ସମୟରେ ହଠାତ୍ ଲୁହା ଖସି ପଡିବା ଯୋଗୁଁ ଏଭଳି ଘଟଣା ଘଟିଥିବା ଜଣାପଡିଛି । ମହିଳା ଶ୍ରମିକଙ୍କୁ ପ୍ଳାଣ୍ଟ କାର୍ଯ୍ୟରେ ନିୟୋଜିତ କରାଯାଇଥିଲେ ମଧ୍ୟ କୈାଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଭଳି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ମୃତ ମହିଳା ଶ୍ରମିକଙ୍କ ଦୁଇଟି ଛୋଟ ଶିଶୁ ରହିଥିବା କୁହାଯାଇଛି ।

nis-ad
Leave A Reply

Your email address will not be published.