ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର


ପାତ୍ରପୁର : ପାତ୍ରପୁର ବ୍ଳକ ଜରଡ଼ା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକ ଠାରେ ବାଇକ୍ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁରରେ ଚିକିତ୍ସିତ ହେଉଛନ୍ତି। ବଂଶୀଗାଁ ଗ୍ରାମର ପ୍ରଭାତ ନାୟକ, ଅଙ୍ଗଦ ନାୟକ ଓ ହେମନ୍ତ ନାୟକ ସାମନ୍ତରାପୁର ଗ୍ରାମକୁ ନାଚ ଦେଖିବାକୁ ଯାଉଥିବା ବେଳେ ଗୋବିନ୍ଦପୁର ଛକ ଠାରେ ଭାରସାମ୍ୟ ହରାଇ ବାଇକ୍ ଟି ପଡ଼ି ଯାଇଥିଲା ଯାହାରି ଫଳରେ ସମସ୍ତ ଙ୍କୁ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକମାନେ ଏହି ୩ ଜଣକୁ ପ୍ରଥମେ ଜରଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ପରେ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର ହୋଇଥିଲା। ପ୍ରଭାତ ନାୟକ ( ୨୪) ଙ୍କ ବ୍ରହ୍ମପୁରରେ ମୃତ୍ୟୁ ଘଟିଥିବା ବେଳେ ହେମନ୍ତ ଅଚେତ ଅବସ୍ଥାରେ ଥିବା ଜଣାପଡିଛି।

nis-ad
Leave A Reply

Your email address will not be published.