ବିଶିଷ୍ଟ ଶ୍ରମିକନେତା ଆଇନଜୀବୀ ଏନ୍. ଅହମ୍ମଦଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ବାର୍ଷିକୀ ପାଳିତ


ନବରଙ୍ଗପୁର/ ପାପଡାହାଣ୍ଡି : ଶ୍ରମିକ ନେତା, ଦୀନ, ଦୁଃଖୀ ଓ ବାସହରାଙ୍କ ଦରଦୀ ବନ୍ଧୁ ତଥା ଆଇନଜୀବୀ ଏନ୍. ଅହମ୍ମଦଙ୍କ ପ୍ରଥମ ବାର୍ଷିକ ପୂଣ୍ୟତିଥି ଜିଲ୍ଲା ରାଜ ମିସ୍ତ୍ରୀ ସଂଘ ଓ ପାପଡାହାଣ୍ଡି ସଂଘ ତରଫରୁ ସ୍ଥାନୀୟ ପାପଡାହାଣ୍ଡି ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଦୀନ, ଦୁଃଖୀ, ଦରିଦ୍ର, ଶ୍ରମିକ, ଖଟିଖିଆ ଓ ଅବହେଳିତ ବର୍ଗର ଜନସାଧାରଣ ଙ୍କ ପାଇଁ ଅହମ୍ମଦଙ୍କ ଜୀବନ ବ୍ୟାପି ଅବଦାନ ସମ୍ବନ୍ଧରେ ନିମନ୍ତ୍ରିତ ଅତିଥି ମାନେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବେ ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୁୟାଁ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ନାରାୟଣ ପାତ୍ର, ପୂର୍ବତନ ବିଧାୟକ ସଦନ ନାୟକ, ଜିଲ୍ଲା ଆଇନଜୀବୀ ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ପାପଡାହାଣ୍ଡି ବ୍ଲକ୍ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ବରିଷ୍ଠ ଆଇନଜୀବୀ ସ୍ୱାଧୀନ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ଶିକ୍ଷକ ଈଶ୍ୱର ପଟ୍ଟନାୟକ, ଜିଲ୍ଲା ରାଜ ମିସ୍ତ୍ରୀ ସଂଘ ସମ୍ପାଦକ ପର୍ଶୁରାମ ନାୟକ ଯୋଗଦେଇ ଥିଲେ। ଅହମ୍ମଦ ଅଷ୍ଟମ ଦଶକରେ ଜିଲ୍ଲା ର ଭୂମିହୀନ ଆଦିବାସୀ ଙ୍କ ଜମି ଆନ୍ଦୋଳନ, ନବମ ଦଶକରେ ଇନ୍ଦ୍ରାବତୀ ବୁଡି ଅଞ୍ଚଳର ଜନ ଆନ୍ଦୋଳନ, ଜିଲ୍ଲାର ମୋଟର କର୍ମଚାରୀ ମାନଙ୍କ ହକ୍ ପାଇଁ ଆନ୍ଦୋଳନ, ନବରଙ୍ଗପୁର ମଙ୍ଗଳମ ଟିମ୍ବରସ କର୍ମଚାରୀ ମାନଙ୍କ ପାଇଁ ଆନ୍ଦୋଳନ, ଧାନ ଓ ମକା ଚାଷୀ ମାନଙ୍କ ପାଇଁ ଆନ୍ଦୋଳନ ଓ ଜିଲ୍ଲା ର କାଠ ମାଫିଆଙ୍କ ବିରୋଧରେ ଆନ୍ଦୋଳନ ଗୁଡିକ କରି ସେମାନଙ୍କ ନ୍ୟାଯ୍ୟ ଦାବି ଓ ଅଧିକାରକୁ ବଞ୍ଚାଇବା ସହ ସେମାନଙ୍କ ଧନ ଓ ଜୀବନ ଳୟ ସୁରକ୍ଷା ପାଇଁ ଅହମ୍ମଦ ସର୍ବଦା ଚେଷ୍ଟିତ ଥିଲେ ବୋଲି ଅତିଥି ମାନେ କହିଥିଲେ। ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ସଭାପତି ଭାବେ ସେ ତିନିଥର ଦାୟିତ୍ଵ ନିର୍ବାହ କରି ସଂଘ ର ଅନେକ ସମସ୍ୟାର ପ୍ରତିକାର କରିବାସହ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ ସେ କାର୍ଯ୍ୟ କରିବାସହ ବିନାମୂଲ୍ୟରେ ଗରିବ ମହକିଲ ମାନଙ୍କୁ ଆଇନ ସେବା ପ୍ରଦାନ କରୁଥିଲେ। ସର୍ବୋପରି ଅହମ୍ମଦ ଗରିବ, ଦୁଃଖୀ ଓ ଖଟିଖିଆ ମାନଙ୍କ ବିପଦର ଦରଦୀ ବନ୍ଧୁ ସାଜିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅହମ୍ମଦଙ୍କ ପ୍ରତିମୂର୍ତ୍ତୀରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ସଭା କାର୍ଯ୍ୟକୁ ଅହମ୍ମଦଙ୍କ ସୁପୁତ୍ର ଆଇନଜୀବୀ ସିରାଜୁଦ୍ଧିନ୍ ଅହମ୍ମଦ ସଂଚାଳନ କରିଥିଲେ। ଏହି ଅବସରରେ ରାଜ ମିସ୍ତ୍ରୀ ସଂଘ ତରଫରୁ ସଂଘ ର ଦିବଂଗତ ସଦସ୍ୟ ଙ୍କ ପରିବାର ର ସନ୍ତାନ ମାନଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ପ୍ରଦାନ କରାଯାଇଥିଲା । ଏଭଳି ସହଯୋଗ ସ‍ଂଘ ସଦସ୍ୟଙ୍କ ମୃତ୍ୟୁ ର ଦଶ ବର୍ଷ ପର୍ଯ୍ୟନ୍ତ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ସଂଘର ଜଣେ ସଦସ୍ୟ ଙ୍କୁ ଚିକିତ୍ସା ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଦାଶରଥି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପାପଡାହାଣ୍ଡି ସଂଘ ସଭାପତି ଈଶ୍ୱର ମାଝୀ, ସମ୍ପାଦକ ଭୁବନ ବାଘ, ନରସିଂହ ନାୟକ, ଆଇନଜୀବୀ ସଞ୍ଜିବ କୁମାର ଭକ୍ତ, ଆଇନଜୀବୀ ଗଙ୍ଗାଧର ଜାନୀ, ସହରର ବୁଦ୍ଧିଜୀବୀ, ରାଜ ମିସ୍ତ୍ରୀ ସଂଘ ର ସଦସ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ-:ଦେବଦାସ ମହାଙ୍କୁଡ ନବରଙ୍ଗପୁର

nis-ad
Leave A Reply

Your email address will not be published.