ମାହାଙ୍ଗା ଗଣହତ୍ୟା ମାମଲା: ଡେମୋ ଦେଖାଇଲା ହତ୍ୟାକାରୀ ଶିବ

କଟକ: ମାହଙ୍ଗା କୁସୁପୁରରେ ଘଟିଥିବା ବୀଭତ୍ସ ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବପ୍ରସାଦ ଘଟଣାସ୍ଥଳରେ ଆଜି ଡେମୋ ଦେଖାଇଛି ।  ବଡ଼ଭାଇର ପରିବାରକୁ ଏକା ସଫା କରିଦେଇଥିଲା ଶିବ । କୁସୁପୁର ଗଣହତ୍ୟା ନେଇ ପୋଲିସ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି । ୫ ଜଣଙ୍କୁ ହତ୍ୟା କରିବାରେ ଏକା ଶିବ ସାହୁର ହିଁ ସଂପୃକ୍ତି ରହିଛି । ପ୍ରାରମ୍ଭିକ ତଦନ୍ତ ଆଧାରରେ ହତ୍ୟାକାଣ୍ଡରେ ଏକା ଶିବର ସଂପୃକ୍ତି ରହିଥିବା ଜଣାପଡ଼ିଛି ।

ଭାଇ ଭାଇର ଶତ୍ରୁତା ଓ ଜମିଜମା ପାଇଁ ଏପରି ନାରକୀୟ କାଣ୍ଡ ଘଟାଇଛି ଅଭିଯୁକ୍ତ । ତେବେ ପ୍ରଥମେ ସେ ଭାଉଜକୁ ହାଣିଥିବା ପ୍ରକାଶ କରିଛି । ଶିବ ଘଟଣା ସ୍ଥଳରେ ଡେମୋ ଦେଖାଇବା ପରେ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଅଶୋକ ବେହେରାଙ୍କ ଏହି ସୂଚନା ଦେଇଛନ୍ତି ।

ସେପଟେ ଶିବ ସାହୁକୁ ନେଇ ଜେରା କରୁଛି ପୋଲିସ । ଶିବସାହୁଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ କ୍ରାଇମସିନ ରିକ୍ରିଏଟ୍ କରିଛି । କଡା ସୁରକ୍ଷା ବ୍ୟାବସ୍ଥା ମଧ୍ୟରେ ଶିବକୁ ନେଇ ପୋଲିସ ଘଟଣାସ୍ଥଳକୁ ନେଇଥିଲା । କେମିତି ୫ଜଣଙ୍କୁ ମାରିଲା ସେ ନେଇ ଶିବଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା । ୫ ଜଣଙ୍କୁ ବୀଭତ୍ସ ହହତ୍ୟାର ଡେମୋ ଦେଖାଇଥିଲା ଶିବ । ଘଟଣା ସ୍ଥଳରେ SDPO ଓ ମାହାଙ୍ଗା ଥାନା ଅଧିକାରୀ ଉପସ୍ଥିତ ଥିଲେ ।

ପୂର୍ବରୁ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଓ ଶିବର ମୋବାଇଲ ଫୋନକୁ ଜବତ କରିଛି ପୋଲିସ । ଅଭିଯୁକ୍ତର CDR ମଗାଯାଇଥିବା ଏବଂ ତା ପତ୍ନୀର ସଂପୃକ୍ତି ଅଛି କି ନାହିଁ, ସେ ନେଇ ମଧ୍ୟ ତଦନ୍ତ କରାଯାଉଛି । ପାରିବାରିକ ବିବାଦକୁ ନେଇ ଅଭିଯୁକ୍ତ ଶିବ ସାହୁ ନିଜ ବଡ଼ ଭାଇର ପରିବାରକୁ ସଫା କରିଦେଇଥିଲା । ଭାଇ-ଭାଉଜ, ଦୁଇ ପୁତୁରା ଓ ଝିଆରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା ଶିବ। ସେ ନିଜକୁ ହତ୍ୟାକାରୀ ବୋଲି ସ୍ୱୀକାର କରିବା ସହ ଥାନାରେ ଆତ୍ମସମର୍ପଣ କରିଥିଲା ।

ସୂଚନାଯୋଗ୍ୟ ଅଭିଯୁକ୍ତ ନିଜର ନାବାଳିକା ଝିଅ ଓ ସୁନୀତାଙ୍କୁ ଧରି କୁସୁପୁର ନିକଟ ଏକ ଗାଁରେ ଭଡ଼ା ଘରେ ରହୁଥିଲା । ମଝିରେ ମଝିରେ ନିଜ ପୈତୃକ ଘରକୁ ମଧ୍ୟ ଆସୁଥିଲା । ଯେଉଁ ଘରକୁ ନେଇ ବଡ଼ଭାଇ ସହ ବିବାଦ ଲାଗିରହିଥିଲା । ଗାଁ ଲୋକଙ୍କ କହିବା କଥା, ଗତ ୧୦-୧୫ ବର୍ଷ ହେଲା ଏହି ଘରକୁ ନେଇ ବିବାଦ ରହିଛି । ଅନେକ ଥର ଗାଁରେ ସଭା କରି ନିଷାପ କରିବାକୁ ଚେଷ୍ଟା ବି କରାଯାଇଛି ।

ପରସ୍ପର, ପରସ୍ପର ବିରୋଧରେ ଥାନାରେ ଅନେକ ମାମଲା ରୁଜୁ କରିଛନ୍ତି । ଏପରିକି ବଡ଼ ଭାଇ ଅଲେଖ ସାହୁ ବିରୋଧରେ ସାନ ଭାଇ ଶିବ ପକ୍ଷରୁ ଦୁଷ୍କର୍ମ ଅଭିଯୋଗ ନେଇ ଥାନାରେ ମାମଲା ବି ରୁଜୁ ହୋଇଛି । ଆଉ ସେହି ବିବାଦ ଉଗ୍ରରୂପ ନେବା ପରେ ବଡ଼ଭାଇର ପରିବାରକୁ ଶିବ ହତ୍ୟା କରିଥିବା ଆଶଙ୍କା କରିଛନ୍ତି ଗାଁ ଲୋକେ ।

nis-ad
Leave A Reply

Your email address will not be published.