ମା’ ହିଙ୍ଗୁଳାଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ଆଜି ହେଉଛି ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଉତ୍ସବ । ଏହି ଅବସରରେ ମା ଙ୍କ ଦର୍ଶନ କରିବା ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ ମା’ଙ୍କ ଉଭାସ୍ଥଳୀ ସମେତ ମୁଖ୍ୟ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି।

ମନ୍ଦିରରେ ଦେହୁରି ଓ ଉଭାସ୍ଥଳୀରେ ପୂଜକ ଧର୍ମେନ୍ଦ୍ରଙ୍କ ପାଇଁ ପୂଜାର୍ଚ୍ଚନା କରିଛନ୍ତି । କୋରାନା ପାଇଁ ଦୀର୍ଘ ଦୁଇବର୍ଷ ହେବ ମା ଙ୍କ ଯାତ୍ରା ବନ୍ଦ ଥିଲା। ଏଥର ପୁଣି ଥରେ ସ୍ବାଭାବିକ ସ୍ଥିତି ଫେରିଥିବାରୁ ବହୁ ଲୋକଙ୍କ ସମାଗମ ହେଇଛି । ଏହି ମାଟିରେ ଜନ୍ମ ନେଇ ଥିବାରୁ ନିଜକୁ ବେଶ ଗର୍ବିତ ଅନୁଭବ କରୁଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ମାଙ୍କ ଆଶୀର୍ବାଦରୁ ସମସ୍ତେ ନିରୋଗୀ ରୁହନ୍ତୁ ।

ଏଥର ଉତ୍ସବର ଆୟୋଜନ ଭଲ ରକମର ହୋଇଛି । କିନ୍ତୁ ପଲିଥିନର ବ୍ୟବହାରକୁ କମ କରିବାକୁ ନିବେଦନ କରିଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହିଙ୍ଗୁଳା ମାଙ୍କ ଠାରେ ପୂଜାର୍ଚ୍ଚନା ପରେ ତାଳଚେରରେ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ କଣ ସବୁ ସ୍ଥିତି ରହିଛି ତାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

nis-ad
Leave A Reply

Your email address will not be published.