୨୦୨୩ ହକି ବିଶ୍ୱକପ ପୂର୍ବରୁ ଚାଲିଥିଲା ମାର୍କେଟ, ବିଦେଶୀ ଦର୍ଶକଙ୍କୁ ବିକ୍ରି ହୋଇଥାନ୍ତା କୋକେନ

ଭୁବନେଶ୍ୱର: ରାଜଧାନୀରୁ ୨୦୨ ଗ୍ରାମ୍ କୋକେନ ଜବତ ମାମଲା । କୋକେନ ମିଳିବା ଘଟଣାରେ ହାତରେ ଲାଗିଛି ଚାଂଚଲ୍ୟକର ତଥ୍ୟ । ୨୦୨୩ ହକି ବିଶ୍ୱକପ ପୂର୍ବରୁ ଚାଲିଥିଲା ମାର୍କେଟ ପ୍ରସ୍ତୁତ । ବିଦେଶୀ ଦର୍ଶକଙ୍କୁ ବିକ୍ରି ପାଇଁ ଚାଲିଥିଲା ମସୁଧା । ବିଦେଶୀ ଓ ଖେଳାଳି ରହୁଥିବା ତାରକା ହୋଟେଲ ସହ କରାଯାଇଥାନ୍ତା ଯୋଗାଯୋଗ ।

ଦିଲ୍ଲୀର ତୁର୍କ ମାନଗେଟରେ ରବି ହେଉଛି ଏହାର ମାଷ୍ଟରମାଇଣ୍ଡ । ସେଠାରୁ ସପ୍ଲାଏ ହେଉଛି ଓଡିଶାକୁ କୋକେନ । ୨୦୧୦ ରେ କମନୱେଲଥ ଗେମ ବେଳେ କୋକେନ ବ୍ୟବସାୟ ଆରମ୍ଭ କରିଥିଲା ରବି । ରାଜସ୍ଥାନରେ ଚଳାଉଥିଲା ହୋଟେଲ ବ୍ୟବସାୟ ଦିଲ୍ଲୀରେ ଚଳାଉଥିଲା ଟ୍ରାଭେଲ ବ୍ୟବସାୟ । ରବି ଠାରୁ ଜବତ ହୋଇଛି ସାଉଥ ଆଫ୍ରିକା ନୋଟ ।

ଏହାସହ ରବି ଓ ସନ୍ନିଙ୍କ କଲ ରେକର୍ଡ ଯାଞ୍ଚ କରାଯାଉଛି । ସେପଟେ ୫ ଦିନ ରିମାଣ୍ଡ ପାଇଁ ଭୁବନେଶ୍ବର SDJMଙ୍କ କୋର୍ଟରେ ଆବେଦନ କରିଛି STF । ଗତକାଲି ଜାଭିୟର ଛକ ନିକଟରୁ ୨ କୋକେନ ବ୍ୟବସାୟୀଙ୍କୁ ଗିରଫ କରିଥିଲା STF ।

nis-ad
Leave A Reply

Your email address will not be published.