ଚିଲିକା ବୁଲୁଛନ୍ତି ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି

ଚିଲିକା: ଚିଲିକାରେ ବୁଲୁଛନ୍ତି ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି । ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ ବିଧାନସଭାର ୧୨୪ଜଣ ବିଧାୟକ ବଡକୁଳ ପାନ୍ଥ ନିବାସରେ ୪ଟି ବସ୍ ଯୋଗେ ପହଞ୍ଚିଛନ୍ତି । ଖୋର୍ଦ୍ଧ ଜିଲ୍ଲାପାଳ, ପୋଲିସ୍ କର୍ମଚାରୀ ଓ ନାଭାଲର କମାଣ୍ଡିଂ ଅଫିସର୍ ପହଞ୍ଚିବାପରେ ସେମାନଙ୍କୁ ସ୍ୱାଗତ କରିଥିଲେ । ଏହପରେ ୪ଟି ବୋଟରେ ଯାଇ କାଳିଜାଇ ଦର୍ଶନ କରିଛନ୍ତି ।

ସୂଚନା ଅନୁସାରେ ବିଧାନସଭା ପରିସରରୁ ଆଜି ଏକ ସ୍ୱତନ୍ତ୍ର ବସ୍ ଯୋଗେ ବିଧାୟକମାନେ ଚିଲିକା ଅଭିମୁଖେ ବାହାରିଥିଲେ । ଚିଲିକାରେ ପହଞ୍ଚି ବୋଟ ଯୋଗେ ଯାଇ କାଳିଜାଇ ଦର୍ଶନ କରିଛନ୍ତି । ଏହାପରେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ନୌସେନା ତାଲିମ୍ କେନ୍ଦ୍ରରେ ପହଞ୍ଚି ସମରାଭ୍ୟାସ ଦେଖିବାର କାର୍ଯ୍ୟକ୍ରମ ରହିଛି । ଏହାସହିତ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିବା ସୂଚନା ମିଳିଛି ।

ଆହୁରିମଧ୍ୟ ପ୍ରଶିକ୍ଷଣ ନେଉଥିବା ସେନାଙ୍କ ସହ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ଆଲୋଚନା କରିବେ ଓ ସେଠାରେ ଫଟୋ ସେସନର କାର୍ଯ୍ୟକ୍ରମ ରହିଛି । ସେଠାରେ ସମସ୍ତଙ୍କ ପାଇଁ ଲଂଚର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏସବୁ କାର୍ଯ୍ୟକ୍ରମ ସାରି ସନ୍ଧ୍ୟା ୫ଟାରେ ସୋମାନଙ୍କର ଫେରିବାର କାର୍ଯ୍ୟକ୍ରମ ରହିଛି ।

nis-ad
Leave A Reply

Your email address will not be published.