ଖଲ୍ଲିକୋଟ(୧୪/୪) : ଗୁରୁବାର ପବିତ୍ର ବିଷୁବ ସଂକ୍ରାନ୍ତି ଅବସର ରେ ଖଲ୍ଲିକୋଟ ଏନ ଏ ସି ର ନବନିର୍ବାଚିତ ଅଧକ୍ଷ ଇଂ .ନିରଞ୍ଜନ ବେହେରା ଓ ଉପାଧ୍ୟକ୍ଷ ଶ୍ରୀମତୀ ଲିଲି ସାହୁ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ ରେ ଓଡିଶା ର ୫ଟି ସଚିବ ଭି .କାର୍ତିକେୟନ ପାଣ୍ଡିଆନ ଙ୍କୁ ଭେଟି ଥିବା ଅନପଡିଛି l ଶ୍ରୀ ପାଣ୍ଡିଆନ ଙ୍କୁ ଭେଟି ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଶ୍ରୀ ବେହେରା ଖଲ୍ଲିକୋଟ ରାଣୀ ସହେବା ଭି .ସୁଜ୍ଞାନୀ କୁମାରୀ ଦେଓ ଙ୍କ ଆଶୀର୍ବାଦ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ପ୍ରେରଣା ରେ ଉତ୍ସାହିତ ହୋଇ ସରକାରୀ ଚାକିରୀ ଛାଡି ରାଜନୀତି କୁ ଆସିଥିବା ଅବଗତ କରାଇବା ପରେ ପାଣ୍ଡିଆନ ଉଭୟ ଅଧକ୍ଷ ଓ ଉପାଧ୍ୟକ୍ଷ ଙ୍କୁ ପରାମର୍ଶ ଦେଇ ଲୋକଙ୍କ ସମସ୍ୟା କୁ ବୁଝିବା ଓ ସରକାରଙ୍କ ସମସ୍ତ ଯୋଜନା ଯେପରି ଗରିବ ଅସହାୟ ଲୋକଙ୍କ ପାଖରେ ପହଂଚିବା ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ l ଏତଦ୍ବ୍ୟତୀତ ଖଲ୍ଲିକୋଟ ଏନ ଏ ସି ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ଆଲୋଚନା ହୋଇଥିଲା l
Sign in
Sign in
Recover your password.
A password will be e-mailed to you.