ତିନିବର୍ଷର ଶିଶୁକୁ ଗଳା କାଟି ହତ୍ୟାକଲା ଜନ୍ମଦାତ୍ରୀ ମାଆ

କୋରାପୁଟ : ରାତିରେ ଚାଲିଥିଲା ଚଇତି ପର୍ବ । ହେଲେ ସକାଳ ଯାହା ଘଟିଲା ତାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟଚକିତ । ୩ ବର୍ଷର ଶିଶୁକୁ ହତ୍ୟା କଲା ଜନ୍ମଦାତ୍ରୀ ମାଆ । ଯିଏ ଦିନେ ଦୁନିଆ ଦେଖାଇଥିଲା ଆଜି ସେହି ଜନ୍ମଦାତ୍ରୀ ନେଲା ନିଜ ଶିଶୁର ଜୀବନ । ଏଭଳି ଚାଞ୍ଚଲ୍ୟକର ଘଟଣା କୋରାପୁଟ ସଦର ଥାନା ଅନ୍ତର୍ଗତ ଲୁକୁମାରି ଗାଁରେ ଦେଖିବାକୁ ମିଳିଛି । ଅତି ନୃଶଂସ ଭାବେ ମହିଳା ଜଣକ ଧାରୁଆ ଅସ୍ତ୍ରରେ ପିଲାଟିର ବେକ କାଟି ମୁଣ୍ଡ ରୁ ଗଣ୍ଡି କୁ ଅଲଗା କରି ଦେଇଥିବା ଅଭିଯୋଗ ହୋଇଛି ।
ଘଟଣା ସ୍ଥଳରେ କୋରାପୁଟ SDPO ଓ ପୋଲିସ ଟିମ ପହଁଚି ସମସ୍ତ ଦିଗକୁ ଧାନ୍ୟରେ ରଖି ତଦନ୍ତ ଆରମ୍ଭ କରିଛି । ଗ୍ରାମରେ ଗତ ରାତିରେ ଚଇତି ପର୍ବ ପାଳିତ ହୋଇଥିବା ବେଳେ ଆଜି ଭୋର ସମୟରେ ଏପରି ଏକ ନୃଶଂସ ଘଟଣା ସମସ୍ତଙ୍କୁ ଚକିତ କରିଛି । ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଶିଶୁର ମାଆକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.