ଆପ୍‌ରେ ମିଶିଲେ ଗୁଜୁରାଟ କଂଗ୍ରେସର ବରିଷ୍ଠ ନେତା ଇନ୍ଦ୍ରାଣି ଓ ଭସରାମ

ଅହମ୍ମଦାବାଦ: ଗୁଜରାଟରେ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକିଥିବା ବେଳେ ତା’ପୂର୍ବରୁ ରାଜନୈତିକ ମାହୋଲ ସରଗରମ ହୋଇଛି। ସୌରାଷ୍ଟ୍ରରେ କଂଗ୍ରେସର ବରିଷ୍ଠ ନେତା ଗୁରୁବାର ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ଏଠିକାର କଂଗ୍ରେସର ଟାଣୁଆ ନେତା ଇନ୍ଦ୍ରାଣି ରାଜଗୁରୁ ଏବଂ ଭସରାମ ସାଗଥ୍ୟ ଦୁଇ ଭାଇ ହାତ ଛାଡ଼ି ଝାଡ଼ୁ ଦଳରେ ସାମିଲ ହୋଇଛନ୍ତି। ଉଭୟେ ହେଉଛନ୍ତି ପୂର୍ବତନ ବିଧାୟକ । ସେହିପରି କଂଗ୍ରେର କର୍ପୋରେଟର କୋଲେବନ୍ ବାହାରି ମଧ୍ୟ ଆପ୍‌ରେ ଯୋଗ ଦେଇଛନ୍ତି।
ସୌରାଷ୍ଟ୍ର ଅଞ୍ଚଳରେ ରାଜଗୁରୁଙ୍କର ବେଶ ଦବଦବା ରହିଛି। ସେହିପରି ଭସରାମ ଦଳିତ ବର୍ଗରୁ ପ୍ରତିନିଧିତ୍ୱ କରୁଥିବା ଜଣେ ଟାଣୁଆ ନେତା। ଏହି ନୂଆ ନେତାମାନଙ୍କୁ ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରୱାଲ ସ୍ୱାଗତ କରିଛନ୍ତି। ଗୁଜରାଟର ବିକାଶ ପାଇଁ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି କେଜ୍ରିୱାଲ। ଇନ୍ଦ୍ରାଣି ରାଜଗୁରୁ ଏବଂ ଭସରାମ ସାଗଥ୍ୟଙ୍କୁ ମୁଁ ସ୍ୱାଗତ କରୁଛି ବୋଲି କେଜ୍ରିୱାଲ କହିଛନ୍ତି।
ଆମେ ଏକାଠି ହୋଇ ଗୁଜରାଟର ଆବଶ୍ୟକତାକୁ ପୂରଣ କରିବୁ ବୋଲି କେଜ୍ରିୱାଲ ଟ୍ୱିଟ୍‌ କରି କହିଛନ୍ତି। କେଜ୍ରିୱାଲ ସମାଜ ପାଇଁ କାମ କରୁଥିବାରୁ ମୁଁ ଆପ୍‌ରେ ମିଶିଥିବା ରାଜଗୁରୁ କହିଛନ୍ତି। ସେପଟେ ଗୁଜରାଟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି। ଗୁଜରାଟ ରାଜ୍ୟସଭାପତିଙ୍କ ନେତୃତ୍ୱର ତରିକାକୁ ପ୍ରଶ୍ନ କରି ହାର୍ଦ୍ଦିକ ପଟେଲ ତାଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସଭାପତି ତାଙ୍କୁ ଅଣଦେଖା କରୁଥିବା ସେ ଅଭିଯୋଗ ଆରିଥିବା ବେଳେ ଏବେ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି।

nis-ad
Leave A Reply

Your email address will not be published.