ଫିଲିପାଇନ୍ସ ଭୂସ୍ଖଳନ ଓ ବନ୍ୟା ମୃତ୍ୟୁ ସଂଖ୍ୟା ୧୧୫କୁ ବୃଦ୍ଧି

ଅବୁୟୋଗ: ଫିଲିପାଇନ୍ସ ଭୂସ୍ଖଳନ ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୧୫ରେ ପହଞ୍ଚିଛି। ଆହୁରି ବହୁ ମୃତଦେହ ପଙ୍କତଳେ ପୋତି ହୋଇରହିଥିବା ଗ୍ରାମମାନଙ୍କରୁ ମିଳିବା ସମ୍ଭାବନା ରହିଛି। ଫିଲିପାଇନ୍ସର କେନ୍ଦ୍ରୀୟ ପ୍ରାନ୍ତର ଲେଟି ଏହି ବିପର୍ଯ୍ୟୟରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରୀୟ ପ୍ରାନ୍ତ ଓ ଅନ୍ୟ ଦ୍ୱୀପପୁଞ୍ଜରେ କିଛିଦିନ ହେବ ଲାଗି ରହିଥିବା ବର୍ଷା ଜନିତ ଭୂସ୍ଖଳ ଅନେକ ଘର କ୍ଷତିଗ୍ରସ୍ତ କରିଛି। ଯାହାର ପ୍ରଭାବ କୃଷି ଓ ମତ୍ସ୍ୟଜୀବୀ ସମୁଦାୟ ଉପରେ ଅଧିକ ପଡ଼ିଛି। ସ୍ଥାନୀୟ ପ୍ରଶାସନକୁ ଏଥିନିମେନ୍ତ ପ୍ରାୟ ଶତାଧିକ ଲୋକଙ୍କୁ ଉଦ୍ଧାର ପରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡ଼ିଛି।

nis-ad
Leave A Reply

Your email address will not be published.