ନାରୀ ନିର୍ଯାତନାକୁ ନେଇ ମମତାଙ୍କୁ ଘେରିଲେ ନିଜ ଦଳର ନେତା

କୋଲକାତା: ନାରୀ ନିର୍ଯାତନାକୁ ନେଇ ନିଜ ଦଳକୁ ନିଶାନା କରିଛନ୍ତି ତ୍ରୁଣମୂଳ କଂଗ୍ରେସ ନେତା ସୌଗତ ରୟ। ଟିଏମସି ନେତା ସୌଗତ କହିଛନ୍ତି ଯେ, ବେଙ୍ଗଲର ଗୋଟିଏ ବି ନାରୀ ନିର୍ଯାତନା ଲଜ୍ଜାଜନକ। ବେଙ୍ଗଲରେ ଯେତେବେଳେ ଜଣେ ନାରୀ ମୁଖ୍ୟମନ୍ତ୍ରୀ ଅଛନ୍ତି ସେହି ରାଜ୍ୟରା ମହିଳା ବିରୋଧୀ ହିଂସା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବେଙ୍ଗଲର ନାରୀ ନିର୍ଯାତନା ସମସ୍ତଙ୍କୁ ବ୍ୟସ୍ତ ବିବ୍ରତ କରିଛି । ଏ ସବୁ ସମ୍ବେଦନଶୀଳ ପ୍ରସଙ୍ଗରେ ଆମେ ଜିରୋ ଟଲେରେନ୍ସ ହେବା ଉଚିତ। ଯଦି ସେମିତି କିଛି ଘଟଣା ଘଟୁଛି ତେବେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ। ଏମିତି ଏକ ରାଜ୍ୟରେ ଯେତେବେଳେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଅଛନ୍ତି ତାଙ୍କ ନେତୃତ୍ୱରେ ଏଭଳି ଅପରାଧ ଘଟିବା ସମସ୍ତଙ୍କ ପାଇଁ ଲଜ୍ଜାଜନକ ବିଷୟ। ପୁଲିସ ଏବଂ ପ୍ରଶାସନ ଏଥିପ୍ରତି ସତର୍କ ହେବା ପାଇଁ ମୁଁ ଆଶା କରୁଛି ବୋଲି ସେ କହିଛନ୍ତି।
ବେଙ୍ଗଲର ନାଡିଆ ଜିଲ୍ଲାରେ ଜଣେ ନାବାଳିକାଙ୍କ ଦୁଷ୍କର୍ମଜନିତ ମୃତ୍ୟୁ ରାଜ୍ୟବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ରାଜ୍ୟ ରାଜନୀତିକୁ ଚହଲେଇ ଦେଇଛି। ଏହି ପ୍ରସଙ୍ଗକୁ ନେଇ ରାଜ୍ୟର ବିଭିନ୍ନ ମହଲରୁ ମମତା ବାନାର୍ଜୀ ତୀବ୍ର ସମାଲୋଚନା କରାଯାଉଛି। ଅନ୍ୟପଟେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗକୁ ମମତା ମାନିବାକୁ ନାରାଜ। ଅଭିଯୋଗର ସତ୍ୟତାକୁ ନେଇ ମମତା ଓଲଟି ପ୍ରଶ୍ନ ଉଠାଇଛନ୍ତି । ମମତା କହିଥିଲେ ଯେ, ନାବାଳିକା ଜଣର ଦୁଷ୍କର୍ମ ପରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। କିନ୍ତୁ ପ୍ରକୃତରେ ସେ କଣ ଦୁଷ୍କର୍ମ ରେ ଶିକାର ହୋଇଛନ୍ତି।ସେ ଗର୍ଭବତୀ ଥିଲେନା ତାଙ୍କର ପ୍ରେମ ସମ୍ପର୍କ ଥିଲା ? ଏହି ଘଟଣାରେ ତଦନ୍ତ ହୋଇଛିକି ? ମୁଁ ପୁଲିସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ସେମାନେ ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଏହା ପ୍ରେମଜନିତ ହତ୍ୟା ବୋଲି ପୁଲିସ କହିଛି । ତାର ପରିବାର ମଧ୍ୟ ଏହି କଥାରେ ନିଶ୍ଚିତ ଅଛନ୍ତି। ଯଦି କୌଣସି ପାର୍ଟନର ସମ୍ପର୍କରେ ରୁହନ୍ତି ତେବେ ମୁଁ ସେମାନଙ୍କୁ ଅଟକାଇ ପାରିବ ନାହିଁ। ଏହା ସେମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା। ଏହା ୟପି ନୁହଁ। ଆମେ ଏଠି ଲଭ ଜିହାଦ କରିପାରିବୁନି। ଏହା ସେମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା ମାମଲା। ଯଦି ଏହାରି ଭିତରେ ଯଦି କିଛି ଅଘଟଣ ଘଟେ ତେବେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ମମତା କହିଛନ୍ତି।

nis-ad
Leave A Reply

Your email address will not be published.