ପାରମ୍ପରିକ ଦଣ୍ଡଯାତ୍ରା ଉଦ୍‌ଯାପିତ, ମେରୁଯାତ୍ରାରେ ଝୁମିଲେ ଭକ୍ତ

ଖଲ୍ଲିକୋଟ (୧୪/୪) : ଗତ ମେଷ ସଂକ୍ରାନ୍ତିଠାରୁ ଗଂଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ବିଭିନ୍ନ ବ୍ଲକ ରେ ଆରମ୍ଭ ହୋଇଥିବା ପାରମ୍ପରିକ ଦଣ୍ଡଯାତ୍ରା ବିଷୁବ ସଂକ୍ରାନ୍ତି ଦିନ ଶେଷ ହୋଇଛି l ଗୁରୁବାର ଦିନ ଦଣ୍ଡ ଯାତ୍ରା ର ଅନ୍ତିମ ଦିବସରେ ମାନସିକ ଦଣ୍ଡୁଆ ମାନେ ଦୀର୍ଘ ୧୩ ଦିନ ବ୍ୟାପି ଫୁଙ୍ଗୁଳା ଦେହ ଖାଲି ପାଦ ଓ ମୁଣ୍ଡ ଫଟା ଖରାକୁ ଖାତିର ନ କରି ଚାଲି ଚାଲି ଗ୍ରାମ ଠାରୁ ସହର ବୁଲି ମାନସିକଧାରୀ ଙ୍କ ଦୁଆରେ ଧୁଳିଆ ଦଣ୍ଡ ଭାଙ୍ଗିବା ସହ ଦଣ୍ଡ ନାଚ କରି ନିଜ ନିଜ ର ଦଣ୍ଡକାଳୀ ମନ୍ଦିର କୁ ଫେରିଥାନ୍ତି l ଦୀର୍ଘଦିନ ର ଏକାଗ୍ରତା ଓ ଉପାସନା ସାରିବା ପରେ ଦଣ୍ଡକାଳୀ ମନ୍ଦିର ରୁ ବାହାରି ତେର ଭକତିଆ ମାନେ ଢୋଲ ମୃଦଙ୍ଗ ଓ କାହାଳି ବାଦ୍ୟ ର ତାଳେ ତାଳେ ନିକଟସ୍ଥ ପୋଖରୀକୁ ଯାଇ ପାଣି ଦଣ୍ଡ ଓ ପରେ ଅଗ୍ନି ଦଣ୍ଡ ସାରିବା ପରେ ଦଣ୍ଡକାଳୀଙ୍କ ମନ୍ଦିର ପରିସର ରେ ଥିବା ଯଜ୍ଞକୁଣ୍ଡ ରେ ଜଣେ ଭକ୍ତ କୁ ଖମ୍ବ ରେ ଓଲଟା ବାନ୍ଧିବା ସହ ଢୋଲ ବାଦ୍ୟ ମଧ୍ୟ ରେ ଝୁଣା ମାରିଥାନ୍ତି l ଏହି ଯଜ୍ଞ କୁଣ୍ଡ ରେ ଆମ୍ବ ଠାରୁ ଆରମ୍ଭ କରି ବିଭିନ୍ନ ଫଳ ପକାଇ ଫିଙ୍ଗି ଥାନ୍ତି l ଖଲ୍ଲିକୋଟ ବ୍ଲକର ତାଳପଡା ,ଦାନପୁର ,ଚଣ୍ଡୀପିଠ ,କେଶପୁର ଓ golagandapali ,ବଡଖେତ ପ୍ରଭୃତି ଗ୍ରାମ ମାନଙ୍କ ରେ ମହାସମାରୋହ ରେ ପାଳିତ ହେବା ସହ ମାସାଧିକ ଧରି ଦଣ୍ଡ ପାଳନ ରେ ଥିବା ଭକ୍ତ ମାନେ ଏହି ସଂକ୍ରାନ୍ତି ମେରୁ ଯାତ୍ରା ଦେଖିବା ପାଇଁ ପ୍ରବଳ ଜନ ସମାଗମ ଅନୁଭୂତ ହୋଇଥିଲା l

nis-ad
Leave A Reply

Your email address will not be published.