ରସି ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା

ଦାରିଙ୍ଗବାଡ଼ି (୧୪/୪) : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିଆଙ୍ଗବାଲି ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗତକାଲି ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଛାତ୍ରୀ ଜଣକ ହେଲେ ଆରେଙ୍ଗା ନାୟକଙ୍କ ଝିଅ ପିଣ୍ଟିକା ନାୟକ । ପୋଲିସ ସୂଚନା ପ୍ରକାରେ, ପିଣ୍ଟିକା ନାୟକ ଘରେ ଥିବା ସମୟରେ ବାପା ଓ ମା ପିଣ୍ଟିକା କୁ ପାଠ ପଢିବାକୁ କହି ଜଙ୍ଗଲକୁ ନିଜ କାମରେ ଚାଲିଯାଇଥିଲେ । ଜଙ୍ଗଲରୁ ଫେରି ଆସି ଦେଖିବା ବେଳକୁ ଝିଅ ଘର ଭିତରେ ଥିବା ଦୁଲାରେ ରସି ଲଗାଇ ଆତ୍ମହତ୍ୟା କରିଛି । ଏହାଦେଖି ଆରେଙ୍ଗା ନାୟକ ଦାରିଙ୍ଗବାଡ଼ି ଥାନାକୁ ଲିଖିତ ସୂଚନା ଦେଇଥିଲେ । ପୋଲିସ ଅପମୃତ୍ୟୁ ମାମଲା ୨/୨୨ ରୁଜୁ କରି ଥାନା ଏଏସଆଇ ଶ୍ରୀନିବାସ ରାଓ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ଶବକୁ ଜବତ କରି ଶବ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ହୁଏତ ଏହା ପ୍ରେମ ଜନିତ ହୋଇଥିବା କୁ ନେଇ ସନ୍ଦେହ ଉଙ୍କି ମାରୁଛି l ପୋଲିସ ର ଅନୁସନ୍ଧାନ ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡିବ ବୋଲି ଅଞ୍ଚଳ ବାସୀ ଆଶା ରଖିଛନ୍ତି…

nis-ad
Leave A Reply

Your email address will not be published.