ଛତ୍ରପୁର ବିଦ୍ୟୁତ୍ ବିଭାଗୀୟ ବିଶ୍ୱକର୍ମା ପୂଜା ପରିଦର୍ଶନରେ ବିଧାୟକ

ଛତ୍ରପୁର : ଛତ୍ରପୁର ଉପଖଣ୍ଡ ବିଦ୍ୟୁତ୍ ବିଭାଗୀୟ କାର୍ଯ୍ୟାଳୟର ପୂଜା ମଣ୍ଡପରେ ଆୟୋଜିତ ବିଶ୍ୱକର୍ମା ପୂଜାର ୪ର୍ଥ ଦିବସର ସନ୍ଧ୍ୟାରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଠାକୁରଙ୍କ କୃପା ଲାଭ କରିଥିଲେ । ବିଧାୟକ ତାଙ୍କରି ସହଯୋଗୀଙ୍କ ସହ ଗୁରୁବାର ସଂଧ୍ୟାରେ ଆସି ଆୟୋଜକ ପୂଜା କମିଟି ର କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇଥିଲେ । ବିଦ୍ୟୁତ୍ ବିଭାଗୀୟ ଉପଖଣ୍ଡ ଅଧିକାରୀ ହୃଷିକେଶ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ଉମା କାନ୍ତ ଦାଶ ପ୍ରମୁଖ ଭବ୍ୟ ପୂଜା ପାର୍ବଣ ଆସରରେ ଯୋଗଦେଇଥିବା ଅତିଥି ବୃନ୍ଦ ଙ୍କୁ ଆତିଥ୍ୟ ସତ୍କାର ପ୍ରଦାନ କରିଥିବା ନେଇ ବିଧାୟକ ଖୁସି ବ୍ୟକ୍ତ କରିଥିଲେ । ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ବିଦ୍ୟୁତ୍ ବିଭାଗୀୟ ସମସ୍ୟା ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ ।।

nis-ad
Leave A Reply

Your email address will not be published.