ଲଙ୍ଗଳେଶ୍ୱର ଦଣ୍ଡର ଢୋଲିଆଙ୍କ ହୃଦଘାତରେ ମୃତ୍ୟୁ

ଖଲ୍ଲିକୋଟ (୧୪/୪) : ଗତକାଲି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର ଦଣ୍ଡର ଢୋଲିଆ ମାସନ୍ତ ମେରୁ ଯାତ୍ରା ସାରି ଫେରିବା ପରେ ମୃତ୍ୟୁ ବ ରଣ କରଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଲଙ୍ଗଳେଶ୍ୱର ଗ୍ରାମ ର ପାରମ୍ପରିକ ଦଣ୍ଡ ନାଚର ଢୋଲିଆ ଗତ ୨୧ ଦିନ ଧରି ଦଣ୍ଡ ନାଚ ରେ ବୁଲି ଢୋଲ ବଜାଇବା ସହ ବୁଧବାର ଦିନ ଗ୍ରାମରେ ଅନୁଷ୍ଠିତ ମାସନ୍ତ ମେରୁଯାତ୍ରା ରେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଢୋଲ ବଜାଇ ଯାତ୍ରା ର ଅନ୍ତିମ ଦିବସ ରେ ସମସ୍ତ କାର୍ଯ୍ୟ ସାରି ଘରେ ପହଂଚି ଖାଇ ଶୋଇବା ପରେ ବିଳମ୍ବିତ ରାତି ରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଢୋଲିଆ ପୁରୁଷୋତ୍ତମ ନାୟକ ଙ୍କୁ ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିଛା ପାଇଁ ଭର୍ତ୍ତି କରିଥିଲେ l ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଡାକ୍ତର ହୃଦ୍ଘାତ ଜନିତ ମୃତ୍ୟୁ ହୋଇଥିବା କହିଥିଲେ l ପୁରୁଷୋତ୍ତମ ଜଣେ ଭଲ ଢୋଲିଆ ସାଙ୍ଗକୁ ଭଲ ଦଣ୍ଡ ନାଚ କଳାକାର ଭାବେ ପରିଚିତ ଥିଲେ l ମୃତ୍ୟୁ ବେଳ କୁ ତାଙ୍କୁ ପ୍ରାୟ ୫୫ ବର୍ଷ ହୋଇଥିଲା l ତାଙ୍କ ବିୟୋଗରେ ଲଙ୍ଗଳେଶ୍ୱର ଗ୍ରାମରେ ଶୋକ ର ଛାୟା ଖେଳି ଯାଇଛି l

nis-ad
Leave A Reply

Your email address will not be published.