ନିଶାସକ୍ତ ସ୍ବାମୀର ଶାବଳ ମାଡରେ ସ୍ତ୍ରୀ ମୃତ

କୋରାପୁଟ: ପାରିବାରିକ କଳହର କରୁଣ ପରିଣତି । ମଦ୍ୟପ ସ୍ବାମୀର ଶାବଳ ମାଡରେ ଆଖି ବୁଜିଲା ସ୍ତ୍ରୀ । ସ୍ବାମୀ ଜମୁ ମାଝୀଙ୍କୁ ଗିରଫ କରିଛି ପୋଲିସ ।
ମଦୁଆ ସ୍ବାମୀର ଉନ୍ମତ୍ତ କାଣ୍ଡ ଫଳରେ ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି | କୋରାପୁଟ ସହର ଭୂଦାନ କଲୋନୀରେ ରୁହନ୍ତି ଜମୁ ମାଝୀ ଓ ତାଙ୍କ ସ୍ତ୍ରୀ ସୁନୀତା । ଆଜି ଭୋର ସମୟରୁ ଉଭୟଙ୍କ ମଧ୍ୟରୁ କୌଣସି ଏକ କଥାକୁ ନେଇ ପ୍ରଥମେ ବଚସା ହୋଇଥିଲା । ପରେ ଏଥିରେ ଉତ୍ୟକ୍ତ ହୋଇ ସ୍ବାମୀ ଏକ ଶାବଳରେ ସ୍ତ୍ରୀକୁ ଆକ୍ରମଣ କରିଥିଲେ । ଘର ଭଡା ଦେଇଥିବା ମାଲିକଙ୍କ ପତ୍ନୀ ଉଭୟଙ୍କ ପାଟିତୁଣ୍ତ ଶୁଣି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ସ୍ବାମୀକୁ ଗିରଫ କରିବା ସହ ମୃତଦେହକୁ ଉଦ୍ଧାର କରିଛି

nis-ad
Leave A Reply

Your email address will not be published.