କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀମାନଙ୍କ ପାଇଁ ସରକାରଙ୍କ ଘୋଷଣା କୁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ସ୍ୱାଗତ

ଭୁବନେଶ୍ବର (୧୩/୦୪) : ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ୨୦୨୨ ମସିହା ପାଇଁ କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ କେରୀ ପ୍ରତି 1.20 ପଇସା ରୁ 1.40 ପଇସା କୁ ମୂଲ୍ୟ ବୃଦ୍ଧି କରାଯାଇଛି | ଅର୍ଥାତ୍ କେରୀ ପ୍ରତି ୨୦ ପଇସା ବୃଦ୍ଧି, ଶତକଡା ୫୦ ଭାଗ ବୋନସ, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀ ମାନଙ୍କ ପାଇଁ ଶତକଡା ୧୦ ଭାଗ ପ୍ରୋସାହନ ସହାୟତା ଘୋଷଣା କୁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ଶ୍ରୀ ବିଜୟ ମହାନ୍ତି ସ୍ଵାଗତ କରିଛନ୍ତି | ଏହା ସହିତ ଉଲ୍ଲେଖନୀୟ ଘୋଷଣା ହେଉଛି ତୋଳାଳି ମାନଙ୍କ ପାଇଁ ସମାଜିକ ନିରାପତ୍ତା ସହାୟତା ପାଇଁ ୨୦୦୦ କେରୀ ପତ୍ର ଯୋଗ୍ୟତା ର ମାପଦଣ୍ଡ କୁ ୧୦୦୦ କେରୀ କରିବା ଓ ବନ୍ଧେଇ ଶ୍ରମିକମାନଙ୍କ ପାଇଁ ୧୦୮ ବଣ୍ଡଲ ପତ୍ର ବନ୍ଧେଇ କରିବା ଘୋଷଣା ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ସମାଜିକ ନିରାପତ୍ତା କ୍ଷେତ୍ରରେ ସହାୟକ ହେବ ବୋଲି ମତ ପ୍ରକାଶ କରାଯାଇଛି l ଏହା ବ୍ୟତୀତ ବନ୍ଧେଇ ଶ୍ରମିକମାନଙ୍କୁ ମାନଙ୍କୁ ମଶାରୀ ଏବଂ କମ୍ବଳ ପାଇଁ ୭୦୦ ଟଙ୍କା ସହାୟତା ପ୍ରଦାନ କରିବା ତୋଳାଳି ଓ ସିଜିନାଲ କର୍ମଚାରୀ ମାନଙ୍କ ପାଇଁ ୧୦୦ ଟଙ୍କା ଟୋପି ପାଇଁ ଏବଂ କେନ୍ଦୁପତ୍ର ସଂଗ୍ରହ ପାଇଁ କପଡ଼ା କିଣିବା ପାଇଁ ୨୦୦ ଟଙ୍କା ସହାୟତା ଏବଂ ସର୍ବୋପରି ସିଜିନାଲ କର୍ମଚାରୀ ମାନଙ୍କ ପାଇଁ ନିଯୁକ୍ତି କର୍ତ୍ତୃପକ୍ଷ ଙ୍କ ଅଂଶ ଧନ ଇପିଏଫ୍ ବାବଦ ଅର୍ଥ ମଧ୍ଯ ମଞ୍ଜୁର କରାଯାଇଛି l ଏହି ସବୁ ଘୋଷଣା ସ୍ଵାଗତ ଯୋଗ୍ୟ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି l
ଏହି ସବୁ ଘୋଷଣା ସମ୍ପର୍କରେ ପୂର୍ବରୁ ସଂଘ ପକ୍ଷରୁ ଭୁବନେଶ୍ବର ରେ ମୁଖ୍ୟମନ୍ତ୍ରୀ ଙ୍କୁ ଡିସେମ୍ବର 3 ତାରିଖରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ଏବଂ ବିଭିନ୍ନ ଦାବୀ ସମ୍ପର୍କରେ ବିଧାନସଭା କକ୍ଷରେ ମନ୍ତ୍ରୀ ସ୍ତରୀୟ ପ୍ରତିନିଧି ଙ୍କ ସହ ଆଲୋଚନା ସହ ବିଭିନ୍ନ ଡିଭିଜନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଥିଲା l ଏହା ସଙ୍ଗେ ସଙ୍ଗେ ଗତ ମାସ ପ୍ରଥମ ସପ୍ତାହ ରେ ସଂଘ ପକ୍ଷରୁ ଶ୍ରୀ ମହାନ୍ତି ଙ୍କ ନେତୃତ୍ଵରେ ଏକ ପ୍ରତିନିଧିଦଳ ପି ସି ସି ଏଫ୍ ଙ୍କ ସହ ବିଭିନ୍ନ ସମସ୍ୟା ନେଇ ବିଷଦ ଆଲୋଚନା କରାଯାଇଥିଲା l ଏହି ସବୁ ଦାବିନେଇ ଅତିରିକ୍ତ ଶାସନ ସଚିବ ମୋନା ଶର୍ମା ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା l

ସଂଘର ଏକ ମୁଖ୍ୟ ଦାବୀ ବିଶେଷ ଭାବରେ 2017 -18 ମସିହାରେ ତୋଳାଲି ଏବଂ ଅନ୍ୟାନ୍ୟ ଶ୍ରମିକ ମାନେ ପାଉଥିବା ଶିକ୍ଷା ଛାତ୍ର ବୃତ୍ତି, କନ୍ୟା ବିବାହ ସହାୟତା କୁ ବନ୍ଦ କରାଯାଇଥିବା ଯୋଗୁଁ ଏହାର ପୁନଃ ପ୍ରଚଳନ କୁ ଦାବୀ କରାଯାଇଥିଲା କିନ୍ତୁ ଏଥିପାଇଁ ସରକାରଙ୍କ ଘୋଷଣା ରେ ଏହାର ଉଲ୍ଲେଖ ନାହିଁ ଏତତ୍ ଦ୍ଵାରା ବିଭିନ୍ନ କ୍ଷେତ୍ରରୁ ଛାତ୍ର ବୃତ୍ତି ପାଉନଥିବା ଛାତ୍ର ଛାତ୍ରୀ ମାନେ ଏଥିରୁ ମଧ୍ୟ ସହାୟତା ପାଇବାରେ ବଞ୍ଚିତ ହେବେ l କନ୍ୟା ବିବାହ ପରି ସମାଜିକ ନିରାପତ୍ତା ସହାୟତା ବ୍ୟବସ୍ଥା କୁ ପୁନଃ ପ୍ରଚଳନ ପାଇଁ ସଂଘ ପକ୍ଷରୁ ଦାବୀ କୁ ବଳବତ୍ତର ରଖା ଯିବା ପାଇଁ ସଂଘ ପ୍ରକାଶ କରିଛି

nis-ad
Leave A Reply

Your email address will not be published.