ଖଲ୍ଲିକୋଟ ବ୍ଲକ ରେ ଦିବ୍ୟାଙ୍ଗ ଜନ ସମାଧାନ ଶିବିର

ଖଲ୍ଲିକୋଟ (୧୧ /୪) ସୋମବାର ଦିନ ଖଲ୍ଲିକୋଟ ବ୍ଲକ ପରିସର ରେ ବ୍ଲକ ର ତିନି ଗୋଟି ପଂଚାୟତ ଚିକିଲି , ବି ଏନ ପୁର ଓ ଆଇ ତିପୁର ପଂଚାୟତ ର ଦିବ୍ୟାଙ୍ଗ ମାନଙ୍କୁ ନେଇ ଏକ ଦିବ୍ୟାଙ୍ଗ ଜନ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ସମାଧାନ ଶିବିର ରେ ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ମିତାଲି ପାତ୍ର ,ତହସିଲଦାର ରାଜେଶ କୁମାର ପଟ୍ଟନାୟକ ଖଲ୍ଲିକୋଟ ଏନ ଏ ସି ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ ସି ଡି ପି ଓ ଶୁଭଶ୍ରୀ ପାତ୍ର ,ସାମାଜିକ ସୁରକ୍ଷା ଅଧିକାରୀ ଦିଲୀପ କୁମାର ଜେନା ,ଜଗନ ମୋହନ ସେନାପତି ପ୍ରମୁଖ ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କ ସାର୍ଟିଫିକେଟ ନବୀକରଣ ,ରାସନ କାର୍ଡ ,ଡ଼ ଆର ଆଇ ଋଣ ,ଆଶାବାଦୀ ଓ ନୂତନ ଦିବ୍ୟାଙ୍ଗ ମାନଙ୍କୁ ପଂଜିକୃତ କରି ପ୍ରମାଣ ପତ୍ର ପ୍ରଦାନ ସମେତ ଦୁଇ ଜଣ ଦିବ୍ୟାଙ୍ଗ କୁ ହୁଇଲ ଚେୟାର ଓ ଜଣକୁ ଟ୍ରାଇ – ସାଇକେଲ ପ୍ରଦାନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ବି ଆର ଟି ପ୍ରଣବ କୁମାର ଶତପଥୀ ଓ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ତନ୍ମୟ ପାତ୍ର ପ୍ରମୁଖ ଯୋଗ ଦେଇ ୨୯ ଜଣ ଦିବ୍ୟାଙ୍ଗ ପରୀକ୍ଷା କରିଥିବା ଜଣାପଡିଛି l

nis-ad
Leave A Reply

Your email address will not be published.