ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମନବମୀ ପାଳନ

ଦାରିଙ୍ଗବାଡ଼ି,(୧୦/୪) : ଦାରିଙ୍ଗବାଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମନବମୀ ଉତ୍ସଵ ପାଳନ କରାଯାଇଛି । ଶିଶୁ ବିଦ୍ୟାମନ୍ଦିରର ଭାଇଭଉଣୀ ମାନେ ବିଭିନ୍ନ ବେସରେ ସଜିତ ହୋଇ ବିଦ୍ୟାଳୟର ବୈଦିକ ମଣ୍ଡପରେ ଉପସ୍ଥିତ ହୋଇଥିଲେ। ଶ୍ରୀରାମଙ୍କ ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ଭାଇଭଉଣୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହା ପରେ ରାଧାକୃଷ୍ଣ ମନ୍ଦିର, ଶିବମନ୍ଦିର ଓ ପାଟଖଣ୍ଡା ମନ୍ଦିର ଦର୍ଶନ କରି ନଗର ପରିକ୍ରମା କରିଥିଲେ। ଶିଶୁ ବିଦ୍ୟାମନ୍ଦିର ଭାଇଭଉଣୀଙ୍କୁ ଅଭିଭାବକ, କମିଟି ସଦସ୍ୟ ଓ ଗୁରୁଜୀ ,ଗୁରୁମା ଏହାକୁ ପରିଚାଳନା କରିଥିଲେ । ଅତିଥି ଭାବେ କମିଟି ସଭାପତି ପ୍ରଶାନ୍ତ କୁମାର ସାହୁ, ସଂପାଦକ ସନ୍ତୋଷ କୁମାର ସାହୁ, ଉପଦେଷ୍ଟା ରମେଶ ସାହୁ, ହରିହର ନାୟକ ଯୋଗଦେଇ ଶିଶୁ ଭାଇଭଉଣୀ ମାନଙ୍କୁ ତାଙ୍କ ବକ୍ତବ୍ୟରେ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ମନସ୍ପିନି ତ୍ରିପାଠୀଙ୍କ ନେତୃତ୍ୱରେ ସନ୍ତୋଶିନୀ ପୃଷ୍ଟି, ସୁନିତା ପଣ୍ଡା, ଶିବାନୀ ଦିଗାଲ ,ବିନିତା ପଡରା,ରିପ୍ତିମୟୀ ସାହୁ ଓ ଉଷା ନାୟକ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.