ଶ୍ରୀରାମ ନବମୀରେ ଵିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ସହ ବଜରଙ୍ଗ ଦଳର ଶୋଭାଯାତ୍ରା


ହିଞ୍ଜିଳିକାଟୁ (୧୦ା୪): ଶ୍ରୀରାମ ନବମୀ ଅବସରରେ ହିଞ୍ଜିଳିଠାରେ ପ୍ରତିଷ୍ଠିତ ରଘୁନାଥ ମଠରେ ବିରାଜିତ ସୀତା, ଲକ୍ଷ୍ମଣ, ହନୁମାନଙ୍କ ସହ ବିରାଜିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଭଗବାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ଦିନ ତମାମ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଥିଲା । ମହାପ୍ରଭୁ ଶ୍ରୀରାମଙ୍କ ଜାତବେଦ ଠାରୁ ଆରମ୍ଭ କରି ଯଥାବିଧି ପୂଜାର୍ଚ୍ଚନା, ଆରତି, ମାନସ ପାରାୟଣ ସହ ଭଜନ କିର୍ତ୍ତନ ଦ୍ୱାରା ପାରମ୍ପରିକ ଉତ୍ସବ ପାଳନ କରାଯାଇଥିଲା । ମଠର ମହନ୍ତ ମହନ୍ତ ମହାରାଜ ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରତ୍ୟକ୍ଷ ଭାବେ ଶ୍ରୀରାମ ନବମୀ ଉତ୍ସବ ପରିଜାଳନା କରିଥିଲେ । ଅନୁରୁପ ଭାବେ ବୁରୁପୋଡା, ସିକରି ସମେତ ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ରଘୁନାଥ ମନ୍ଦିର ଓ ମଠ ଗୁଡିକରେ ମହାଆଡମ୍ବର ସହକାରେ ଶ୍ରୀରାମ ନବମୀ ଉତ୍ସବ ପାଳନ କରାଯାଇଛି ।ସେହିପରି ହିଞ୍ଜିଳିକାଟୁ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଏକ ଵିରାଟ ଶୋଭାଯାତ୍ରା ହିଞ୍ଜିଳିକାଟୁ ମୁନିସୀପାଲଟି ଅନ୍ତର୍ଗତ ମିନିଷ୍ଟାଡିୟମ ପରିଷରରୁ ଵାହାରି ହିଞ୍ଜିଳିକାଟୁ ସହର ପରିକ୍ରମା କରିଥୁଲେ।

nis-ad
Leave A Reply

Your email address will not be published.