ଖଲ୍ଲିକୋଟରେ ପବିତ୍ର ଶ୍ରୀରାମନବମୀ

ଖଲ୍ଲିକୋଟ(୯/୪) : ପବିତ୍ର ଶ୍ରୀ ରାମନବମୀ ଖଲ୍ଲିକୋଟ ସହରର ବିଭିନ୍ନ ମଠ ମନ୍ଦିର ମାନଙ୍କରେ ମହାସମାରୋହରେ ପାଳିତ ହେବା ସହ ରାମ ଭକ୍ତ ମାନଙ୍କର ପ୍ରବଳ ସମାଗମ ହୋଇଥିବା ଦେଖିବାକୁ ମିଳିଛି l ଖଲ୍ଲିକୋଟ ସହର ରେ ଥିବା ରାମମନ୍ଦିର କୁ ସୁନ୍ଦର ଭାବେ ଆଲୋକମାଳା ରେ ସୁସଜ୍ଜିତ କରିବା ସହ ରବିବାର ଦିନ ସକାଳୁ ରାମ ମନ୍ଦିର ପରିସର ରେ ଅବକାଶ ,ମଇଲମ ,ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ଓ ହନୁମାନ ଙ୍କୁ ପୂଜା ଅର୍ଚନା ପରେ ସହ ସହ ରାମ ଭକ୍ତ ମାନେ ମନ୍ଦିର ପରିସର ରେ ଲକ୍ଷୟରଚନ କରାଯାଇଥିଲା l କୋଭିଡି କଟକଣା ପାଇଁ ଗତ ଅଢେଇ ବର୍ଷ ଧରି ଲୋକମାନେ ଶ୍ରୀରାମନବମୀ ରୁ ବଂଚିତ ହୋଇ ରହିଥିଲା l ବର୍ତମାନ କୋଭିଡ କଟକଣା ମୁକ୍ତ ହୋଇଥିବାରୁ ଲୋକ ମାନଙ୍କ ଭିଡ ଲାଗିରହିଥିଲା l ସେହିପରି ନିର୍ମଳଝର ସ୍ତିତ ବୀର ରାଘବ ଦାଶ ମଠରେ ରାମ ଲଖମନ ଓ ସୀତା ଓ ହନୁମାନଙ୍କ ପୂଜା ଅର୍ଚ୍ଚନା ଜ୍ୱାର୍ଜିବା ସହ ହୋମ ଯଜ୍ଞ ଓ ଭଜନ କୀର୍ତନ ମଧ୍ୟରେ ପାଳିତ ହୋଇଥିଲା l ଖଲ୍ଲିକୋଟ ର ଦିବ୍ୟଜୀବନ ସଂଘ ପକ୍ଷରୁ ଶ୍ରୀରାମ ନବମୀ ପାଳିତ ହୋଇଥିବା ଜଣାପଡିଛି l

nis-ad
Leave A Reply

Your email address will not be published.