NOC ଜାଲିଆତି କରି ଗାଡ଼ି ବିକୁଥିବା ଗ୍ୟାଙ୍ଗ ଗିରଫ

ଏନଓସି ଜାଲିଆତି କରି ଗାଡି ବିକୁଥିବା ଗ୍ୟାଙ୍ଗ ଗିରଫ । ଖୋର୍ଦ୍ଧାରୁ ଭଦ୍ରକ ଯାଏ ଲମ୍ବିଥିଲା ଠକେଇର ଚେର । ଫାଇନାନ୍ସ ଗାଡିକୁ କମ୍‌ ଟଙ୍କାରେ କିଣି ଜାଲ କାଗଜପତ୍ର ତିଆରି କରୁଥିଲେ । ଏହାର ମିଛ ଏନଓସି ତିଆରି କରି ଗାଡି ବିକ୍ରି କରୁଥିଲେ ଗ୍ୟାଙ୍ଗ । ଗାଡି ମାଲିକଙ୍କୁ ଚୂନ ଲଗାଇ ଫେରାର ହୋଇଯାଉଥିଲେ । ପରେ ଫାଇନାନ୍ସ କମ୍ପାନୀ ଗାଡି ମାଲିକଙ୍କ ଠାରୁ ଗାଡି ଟାଣି ଆଣୁଥିଲେ ।

nis-ad
Leave A Reply

Your email address will not be published.