ମହାନଦୀରେ ଭାସି ଯାଇ ନାବାଳକ ମୃତ, ୨ ନିଖୋଜ

କଟକ: ମହାନଦୀରେ ବୁଡ଼ି ଜଣେ ମୃତ, ଦୁଇ ନିଖୋଜ । କଟକ ଯୋବ୍ରା ନିକଟସ୍ଥ ମହାନଦୀରେ ଘଟିଛି ଏହି ବଡ଼ ଅଘଟଣ । ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ି ଗଲେ ତିନି ନାବାଳକ । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ହେଲେ ଏବେବି ୨ ଜଣ ନିଖୋଜ ଅଛନ୍ତି । ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଂଚି ଦୁଇ ନିଖୋଜଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣଙ୍କୁ ଉଦ୍ଧାର କରାଯାଇ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ନାବାଳକଙ୍କ ମୃତ୍ୟୁ ହୋଇଛି । ବୁଡ଼ିଯାଇଥିବା ତିନି ନାବାଳକ ଯୋବ୍ରା ଚୁନାଭାଟି ଅଂଚଳର ବୋଲି ଜଣାପଡ଼ିଛି ।

nis-ad
Leave A Reply

Your email address will not be published.