ବଡ଼ଭାଇକୁ ଶାବଳରେ ପିଟି ହତ୍ୟା କଲା ସାନଭାଇ

ପାଟଣା: ବଡ଼ଭାଇକୁ ଶାବଳରେ ପିଟି ହତ୍ୟା କଲା ସାନଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ରାଇକୁଦର ଗାଁରେ । ମୃତକ ହେଲେ ଚତୁର୍ଭୁଜ ନାଏକ । ଅଭିଯୁକ୍ତ ସାନଭାଇ କମଳ ନାଏକକୁ ଗିରଫ କରିଛି ପୋଲିସ ।

ଘରୋଇ କଳିକୁ ନେଇ ଚତୁର୍ଭୁଜ ଓ କମଳଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସାନଭାଇ କମଳ ବଡ଼ଭାଇ ଚତୁର୍ଭୁଜଙ୍କ ମୁଣ୍ଡକୁ ଏକ ଶାବଳରେ ପ୍ରହାର କରିଥିଲା ।

ଏଥିରେ ଚତୁର୍ଭୁଜ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଚତୁର୍ଭୁଜଙ୍କୁ ପ୍ରଥମେ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଚତୁର୍ଭୁଜଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହ କମଳଙ୍କୁ ଗିରଫ କରିଛି।

nis-ad
Leave A Reply

Your email address will not be published.