ମହାକାଳପଡ଼ାରେ ଡକାୟତଙ୍କ ଆକ୍ରମଣରେ ୩ ଆହତ, ୨ ଜଣଙ୍କୁ କାବୁ କଲେ ଗ୍ରାମବାସୀ

କେନ୍ଦ୍ରାପଡା: ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲ୍ଲା ସାମୁଦ୍ରିକ ଥାନା ତନ୍ତିଆପାଳ ଅଧିକ କାକଟପୁର ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ମିଳିଥିବା ସୂଚନା ମୁତାବକ ଡକାୟତମାନେ ଗତକାଲି ପ୍ରାୟ ରାତି ଗୋଟାଏ ସମୟରେ କାକଟପୁର ଗ୍ରାମର କାର୍ତ୍ତିକ ସ୍ବାଇଁଙ୍କ ଘରେ ପଶି ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବା ସହିତ ୧ ଲକ୍ଷ ୬୦ ହଜାର ଟଙ୍କା ଓ ପ୍ରାୟ ୨୫ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି ।

ଡ଼କାୟତମାନଙ୍କ ଆକ୍ରମଣ ରେ ପରିବାରର ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସପିଟାଲ ରେ ଭର୍ତି କରାଯାଇଛି । ତେବେ ଗୃହକର୍ତା ଙ୍କ ବୋହୁ ଖଟତଳେ ଲୁଚିଯାଇ ମୋବାଇଲ ଫୋନ୍ ରେ ଗାଁ ଲୋକଙ୍କୁ ଖବର ଦେଖଥିଲେ । ଫଳରେ ଗ୍ରାମବାସୀ ପହଂଚି ଯିବାରୁ ଡ଼କାୟତମାନେ ୪ ରାଉଣ୍ଡ ଗୁଳି ଚଳାଇଥିଲେ ।

nis-ad
Leave A Reply

Your email address will not be published.