ଚିକିଟି ରାଜଲଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ, ଗଣିତ ଓ ପରିବେଶ ମେଳା

ଚିକିଟି : ଆଜି ଚିକିଟି ଗଡ଼ସ୍ଥିତ ରାଜଲଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଂଚାୟତ ସମିତି ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ୨୦୨୧ – ୨୨ ଅନୁଷ୍ଠିତ ହୋଇଯାଇଛି l ଏହି ମେଳାକୁ ସମ୍ମାନନୀୟ ଚିକିଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫାଲଗୁନୀ ମାଝୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭlରମ୍ଭ କରିଥିଲେ l ବିଜ୍ଞାନ ମଣିଷ ଜୀବନର ଅବିଛେଦ ଅଙ୍ଗ l ସମାଜର ଉନ୍ନତି ପାଇଁ ଛାତ୍ର ଛାତ୍ରୀ, ଶିକ୍ଷକ ମାନଙ୍କ ନିକଟରେ ଲୁକାୟିତ ହୋଇ ରହିଥିବା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ରହିବା ଆବଶ୍ୟକ l ବୈଜ୍ଞାନିକ ଚିନ୍ତାଧାରାର ବିକାଶ ହେବା ଆବଶ୍ୟକ ବୋଲି ବିଇଓ ମତବ୍ୟକ୍ତ କରିଥିଲେ l,ବ୍ଲକର ପତିଗୋବିନ୍ଦପୁର, ନୂଆଁପଡ଼l, କେ. ନୂଆଗାଁ, କଳବlଡ଼, ରାମଚନ୍ଦ୍ରପୁର , କରବାଲୁଆ, ବଡ଼ପଲଙ୍କ, ପିତାତଳି, ଗିରିସୋଲ, ଝାଟିପଦର, ସୁନାପୁର, ଗୋବିନ୍ଦନଗରଭଳି ୧୨ ଟି କ୍ଲଷ୍ଟରର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହିତ ମାର୍ଗଦର୍ଶକ ଶିକ୍ଷକ,ଶିକ୍ଷୟିତ୍ରୀମାନେ ଏହି ମେଳରେ ଭାଗ ନେଇଥିଲେ l ଏଥିରେ ମୋଟ ୧୨୩ଟି ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ପ୍ରକଳ୍ପ ସ୍ଥାନ ପାଇଥିଲା l ଚିକିଟି ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ତାରାପ୍ରସାଦ ପାଣିଗ୍ରାହୀ ଓ ରସାୟନ ବିଜ୍ଞାନ ଅଧ୍ୟlପିକllଶ୍ରୀମତୀ ମଧୁସ୍ମିତା ମହାପାତ୍ର ପ୍ରକଳ୍ପ ଗୁଡିକର ମୂଲ୍ୟl ୟନ କରି 4ଟି ପ୍ରକଳ୍ପ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରିଛନ୍ତି l ଏହି ଅବସରରେ ରାଜଲଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାମିନା ସାହୁ, ଏବିଓ ପ୍ରଭାକର ସେଠୀ, ସିମାଞ୍ଚଳ ପଣ୍ଡାଙ୍କ ସମେତ ବ୍ଲକର ସମସ୍ତ ସି ଆର ସି ସି ଓ ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.