ଡିଜିଟାଲ ଦକ୍ଷତା ପ୍ରସଙ୍ଗରେ ତାଲିମ କାର୍ଯ୍ୟକ୍ରମ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଡାଇଟ୍ ଖଲ୍ଲିକୋଟ ଦ୍ୱାରା ଡିଜିଟାଲ ଦକ୍ଷତା ପ୍ରସଙ୍ଗକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପ୍ରିଲ୍ ୫ରୁ ୮ତାରିଖ ୪ଦିନ ଧରି ସିଆରସିସିମାନଙ୍କୁ ଡିଜିଟାଲ ଦକ୍ଷତା ବିଷୟକୁ ନେଇ ତାଲମ ପ୍ରଦାନ କରାଯାଇଥିଲା । ପିରାମଲ ଫାଉଣ୍ଡେସନ୍ ଓ ସମ୍ବଳ ଶିକ୍ଷକମାନଙ୍କ ସହଯୋଗରେ ୬ଟି ବ୍ଲକର ସିଆରସିସିମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଜିଲ୍ଲାର ଶିକ୍ଷା ବିଭାଗରେ ଡିଜିଟାଲ ଦକ୍ଷତାର ଅଭିବୃଦ୍ଧି ନିମନ୍ତେ ବିଦ୍ୟାଳୟର ଶିକ୍ଷିକ ଓ ଶିକ୍ଷୟିତ୍ରୀଙ୍କ ଠାରୁ ଆରମ୍ଭ କରି ସିଆରସିସି ତଥା ଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଡିଜିଟାଲ ଦକ୍ଷତାରେ ନିପୁଣତା ହାସଲ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି, ଡାଇଟ୍ ଖଲ୍ଲିଟୋର ଶିକ୍ଷାଦାତା ଅଭିରାମ ବିଶ୍ୱାଳ, ଜିଲ୍ଲା ଶିକ୍ଷାଶାସ୍ତ୍ର ସଂଯୋଜକ ଡ.ସନ୍ତୋଷ କୁମାର ପଣ୍ଡା, ପିରାମଲ ଫାଉଣ୍ଡେସନ୍‌ର କାର୍ଯ୍ୟ ମୁଖ୍ୟ ସସ୍ମିତା ରଥ, ରିଙ୍କୁ ଗୌଡ ଓ ଆୟନେସ୍ ରାଏ ଆଦି ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.