ବାପା ମା ଛେଉଣ୍ଡ ୪ବର୍ଷର ଶିଶୁ ତେଲ କଡେଇରେ ପୋଡି ହୋଇ ଗୁରୁତର, ସାହା ବୃଦ୍ଧା ଜେଜେମା, ସରକାରୀ ସହାୟତା ଅପେକ୍ଷାରେ

ଦାରିଙ୍ଗବାଡି,୦୮/୦୪ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ କସବସା ଗ୍ରାମର ବିଧବା ବୃଦ୍ଧା ଫୁଲ ନାୟକଙ୍କ ୪ ବର୍ଷର ନାତି(ଆମିସ ନାୟକ) ତେଲ କଡେଇରେ ପଡି ଗୁରୁତ୍ୱର ହୋଇଥିବା ଖବର ହସ୍ତଗତ ହୋଇଛି। ବୃଦ୍ଧା ଜେଜେମା ଅର୍ଥ ଅଭାବରୁ ନାତିକୁ ଚିକିତ୍ସା ପାଇଁ ଡାକ୍ତର ଖାନା ନନେଇଁ ଚେର ମୁଳି କରି ଭଲ କରିବାକୁ ଚେଷ୍ଠାକରିଛି। ହେଲେ ପୋଡା ଘା ଶୁଖିବା ପରିବର୍ତ୍ତେ ପାଚିଯାଇଛି। ଶେଷରେ ବୃଦ୍ଧା ଜେଜେମା ବାଧ୍ୟ ହୋଇ କସବସା ମହିଳା ସଂଘର ଦୃଷ୍ଟି ଆକର୍ଷଣ କରିଥିଲେ। ମହିଳା ସଂଘର ସଦସ୍ୟା ମାନେ ଏକତ୍ରିତ ହୋଇ ଘର ଘର ବୁଲି ସହାୟତା ରାଶି ମାଗି ଆମିସକୁ ଭଲ କରିବା ପାଇଁ ମୋହନାର ଏକ ଘରୋଇ କ୍ଲିନିକରେ ଚିକିତ୍ସା କରାଉ ଥିବା ଜଣା ପଡ଼ିଛି। ଦିନେ ଛାଡି ଦିନେ ଆମିସର ଡ୍ରେସିଂ କରାଯାଉଥିବା ମହିଳା ସଂଘର ମହିଳା ମାନେ କହିଛନ୍ତି। ଅଟୋ ଯୋଗେ ମହିଳା ସଂଘର ସଦସ୍ୟା ମାନେ ଆମିସକୁ ସତନ୍ତ୍ର ଅଟୋରେ ମୋହନା କ୍ଲିନିକ ନେଇଁ ଡ୍ରେସିଂ କରି ଅଣୁଥିବା ଜଣା ପଡ଼ିଛି। ଚିକିତ୍ସା ପାଇଁ ସରକାରୀ ସହାୟତା ମିଳିଥିଲେ ୪ବର୍ଷର ଶିଶୁ ଶିଘ୍ର ଭଲ ହୋଇ ଖେଳିବୁଲି ପାରିଥାନ୍ତା ବୋଲି ସଂଘର ମହିଳା ମାନେ କହିଛନ୍ତି। ଖବର ନେବାରୁ ଜଣା ପଡିଛି ଯେ ଚଳିତ ବର୍ଷ ମାର୍ଚ୍ଚ ମାସ ୧୬ ତାରିଖରେ ଗାଁ ପର୍ବ ଥିବାରୁ ଜେଜେମା ନାତି ପାଈଁ ପିଠା କରିବା ଉଦ୍ଧେଶ୍ୟରେ ତେଲ ଗରମ କରିଥିଲେ, ଜେଜେମା ପାଖକୁ ଦୌଡ଼ି ଆସିବା ବେଳେ ତେଲ କଡେଇରେ ପଡି ପୋଡି ଯାଇଥିଲା। ଆମିସ ଜନ୍ମ ପରେ ପରେ ବାପା ଆମସ ନାୟକ ଘର ଦୁଆର ଛାଡି ଦୀର୍ଘ ୪ବର୍ଷରୁ ଉର୍ଦ୍ଧ ବର୍ଷ ହେବ ଯାଏଁ ଫେରାରରହିଛି। ମରିଛି ନା ବଞ୍ଚିଛି କୌଣସି ଖୋଜ ଖବର ନାହିଁ। ଆମିସକୁ ଏକ ବର୍ଷ ହେଉଥିବା ବେଳେ ମା ତାର ଆମିସକୁ ଜେଜେମା ପାଖରେ ଛାଡି ଅନ୍ୟତ୍ର ବିବାହ କରିଥିବା କସବସା ଗ୍ରାମବାସୀ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀର ଆମିସ (୪) ର ସହାଭାରସା କହିଲେ ଏକମାତ୍ର ବୃଦ୍ଧା ଜେଜେମା। ଏଣୁ ଜିଲା ପ୍ରଶାସନ ବାପାମା ଛେଉଣ୍ଡ ଶିଶୁର ଚିକିତ୍ସା ସହିତ ସୁନ୍ଦର ଭବିଷ୍ୟତ ତିଆରିପାଇଁ ହାତ ବଢ଼େଇବାର ଆବଶ୍ୟକତା ରହିଛି ବୋଲି ଅଞ୍ଚଳ ବାସୀ ଦାବି କରୁଥିବା ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.