ହିଞ୍ଜିଳିକାଟୁ ରେ ଭାଜପାର ୪୨ ତମ ପ୍ରତିଷ୍ଠା ଦିବସ ପାଳନ

ହିଞ୍ଜିଳିକାଟୁ, ୬ /୪ : ହିଞ୍ଜିଳିକାଟୁ ନଗର ବିଜେପି ତରଫରୁ ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଥୁବା ଭାଜପା କାର୍ଯ୍ୟାଳୟ ଠାରେ ବିଜେପିର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ନଗର ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର କୁମାର ମିଶ୍ର ଓ ଜିଲ୍ଲା ଉପସଭାପତି ମାଧବ ଗୌଡ ଯୋଗଦେଇ ଭାରତୀୟ ଜନସଂଘରୁ ବିଜେପିର ଇତିହାସ ସହ ବିଜେପିର ନୀତି ଆଦର୍ଶ ଉପରେ ଆଲୋଚନା କରିଥିଲେ।

ଶେଷ ଧାଡ଼ିରେ ଥିବା ନିଷ୍ପଷିତ ଦଳିତ, ଗରିବ ଯେ ପର୍ଯ୍ୟନ୍ତ ଉପରକୁ ଉଠିପାରି ନାହିଁ ସେ ପର୍ଯ୍ୟନ୍ତ ସମାଜରବିକାଶହୋଇପାରିନାହିଁ ତେଣୁ କେନ୍ଦ୍ରର ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଆଭିମୁଖ୍ୟ ଯୋଜନା ସମ୍ପର୍କରେ ସୂଚନା ଦେଇ ଘରକୁ ଘର ବୁଲି କର୍ମୀମାନେ ସରକାରଙ୍କ ଏହି ଯୋଜନା ସମ୍ପର୍କରେ ଅବଗତ କରିବାକୁ କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ହିଞ୍ଜିଳି ଓ ଶେରଗଡ ବ୍ଲକ ରେ ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରିଥିବା ୟୃ ଵାସନ୍ତି, ଈ ରାମକୃଷ୍ଣ, ବିକାଶ ମହାନ୍ତି, ପି ଅନ୍ତର୍ଯ୍ୟାମୀ ପାତ୍ର, ଜାନକୀ ବଲ୍ଲଭ ନାୟକ, ରବିନ୍ଦ୍ର ସାହୁ, ହିଞ୍ଜିଳିକାଟୁ ପୌରପରିଷଦ ର ୨ନଂ ୱାର୍ଡ଼ ର ବିଜେପି କାଉନସିଲର ଯୁଧିଷ୍ଠିର ଦାଶ, ଲକ୍ଷ୍ମଣ ଵେହେରା, କଳାଚାନ୍ଦ ପଟ୍ଟନାୟକ, ପିଣ୍ଟୁ ନାହାକ, ସନ୍ତୋଷ ପାଣିଗ୍ରାହୀ, ବିଷ୍ଣୁପ୍ରସାଦ ଖଡେଙ୍ଗା, ଜୟଦେବ ଜେନା ପଞ୍ଚାନନ ଡାକୁଆ ପ୍ରମୁଖ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ। ଭାରତମାତା, ଶ୍ୟାମପ୍ରସାଦ ମୁର୍ଖାଳୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ତୈଳ ଚିତ୍ରରେ ପୁଷ୍ପ ମାନ୍ୟ ଅର୍ପଣ କରିବା ସହ ବନ୍ଦେ ମାତରଂ ଗାନ କରାଯାଇଥିଲା କାର୍ଯ୍ୟକ୍ରମ ଶେଷରେ ବିଜେପିର ପୁର୍ଵତନ ମଣ୍ଡଳ ସଭାପତି ଈ ରାମପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ

nis-ad
Leave A Reply

Your email address will not be published.