ମାନସ ସ୍ୱାଇଁ ହତ୍ୟା ମାମଲା: ବାଉଁଶ ଓ କାଠ ଫାଳିଆରେ ପିଟି ପିଟି କରାଯାଇଥିଲା ହତ୍ୟା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ସାମ୍ନା କୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ମୃତ ମାନସଙ୍କୁ ବାଉଁଶ ଫାଳିଆ ଓ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଥିଲା । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ହାତରେ ହତ୍ୟାରେ ବ୍ୟବହୃତ ବାଉଁଶ ଫାଳିଆ ଓ କାଠ ଫାଳିଆ ଜବତ ହୋଇଛି ।

ଦୟାଲ ଆଶ୍ରମରୁ ୩ଟି ବାଉଁଶ ଫାଳିଆ ଓ ଗୋଟିଏ କାଠ ଫାଳିଆ ଜବତ କରିଛି କ୍ରାଇମବ୍ରାଞ୍ଚା ଏହି ସମସ୍ତ ସୁଚନା କେୟାର ଟେକର ଦେଇଥିବା ବେଳେ ଆହୁରୀ ଅନେକ ସତ୍ୟର ଉନ୍ମୋଚନ ହେବାର ଆଶା କରାଯାଇଛି ।

ହତ୍ୟା ପରେ ବ୍ୟବହୃତ ସାମଗ୍ରୀ ଶର୍ମିଷ୍ଠାଙ୍କ ଆଦେଶ ରେ ଫୋପଡ଼ା ଯାଇଥିଲା । ତେଣୁ ଏହାକୁ ଜବତ କରି ପରୀକ୍ଷା ପାଇଁ ପଠାଯାଇଥିଲା । ତେଣୁ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଥିବା ଜଣାପଡ଼ିଛି । ଏହି ପରୀକ୍ଷା ପରେ ମତ ଦେଇଛନ୍ତି କଟକ ଏସସିବି ମେଡ଼ିକାଲ ଏଫଏମଟି ବିଭାଗର ପ୍ରଫେସର ।

nis-ad
Leave A Reply

Your email address will not be published.