ରାଜ୍ୟରେ ଆରମ୍ଭ ହେଲା ସକାଳୁଆ କ୍ଲାସ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ସମସ୍ତ ସ୍କୁଲରେ ସକାଳୁଆ କ୍ଲାସ ଆରମ୍ଭ ହୋଇଛି । ସକାଳୁ ପିଲାମାନେ ସ୍କୁଲରେ ପହଞ୍ଚିଛନ୍ତି । ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ ହେବ । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ହେବ । ଏହାସହିତ ପିଲାଙ୍କୁ ସ୍କୁଲରେ ପୁଣି ଥରେ ମଧ୍ୟାହ୍ନ ଭୋଜନ ଦିଆଯିବ ।

ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ସ୍କୁଲରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ରଖିବାକୁ ବ୍ୟବସ୍ଥା କରାଯାଇଛି । ଏହାସହିତ ଓଆରଏସ ରଖିବାକୁ ପରାମର୍ଶ ଦିଆଯାଇଛି । ପିଲାମାନେ ଘରଠୁ ସ୍କୁଲକୁ ଓ ସ୍କୁଲରୁ ଘରକୁ ଫେରିବା ବେଳେ ଛତା ବ୍ୟବହାର କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ଲାସ ସାରିବାକୁ ସମସ୍ତ ସ୍କୁଲକୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

nis-ad
Leave A Reply

Your email address will not be published.