ବିଜେପିରେ ମିଶିଲେ ଦଶପଲ୍ଲା ଏନ୍‌ଏସି ଉପାଧ୍ୟକ୍ଷ

ଦୁଇ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନ୍‌ଏସିର ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ ଆଜି ବିଜେପିରେ ଯୋଗ ଦେଇଛନ୍ତି।

କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଜେପିର ସମସ୍ତ ବ୍ଲକ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଶ୍ରୀ ଦାସ ବିଜେପିରେ ଯୋଗ ଦେଇଥିଲେ।

ବିଜେପିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଏଥିରେ ଯୋଗ ଦେଇଥିବା କହିଛନ୍ତି। ଲୋକଙ୍କ ସରକାରଙ୍କ ନୀତି ଓ ଆଦର୍ଶକୁ ଅନୁକରଣ କରି କାର୍ଯ୍ୟ କରିବେ ଏବଂ ଲୋକଙ୍କ ସହିତ ରହିବେ ବୋଲି ସେ କହିଛନ୍ତି।

ବିଜେଡି ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ୨ ଦିନ ତଳେ ସେ ଦଳରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରା ଓ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ।

nis-ad
Leave A Reply

Your email address will not be published.