ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ଦେବାକୁ ଦାବି

ଭୁବନେଶ୍ୱର: ଲୋକସେବା ଭବନକୁ ଗଣମାଧ୍ୟମ ପ୍ରତିନଧିମାନଙ୍କୁ ପ୍ରବେଶ ନେଇ ଗୁରୁବାର ବିଧାନସଭାରେ ଶୂନ୍ୟକାଳରେ ଆଲୋଚନା ହୋଇଛି । ବଜେଟ୍ ଅଧିବେଶନର ଶେଷ ଦିନରେ ଶୂନ୍ୟକାଳ ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଧାନସଭା ଓ ଲୋକସେବା ଭବନ୍ କୁ ତୁରନ୍ତ ଅନୁମତି ଦେବା ନେଇ ଦାବି କରାଯାଇଛି । ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ତାରା ବାହିନୀତି ଓ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇଛନ୍ତି ।

କୋଭିଡ ସଂକ୍ରମଣ କମିଥିବା ବେଳେ ପଞ୍ଚାୟତ ଓ ପୌର ନିର୍ବାଚନ ହୋଇସାରିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଧାନସଭା ଗୃହ ଓ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ମିଳିନାହିଁ । ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଟକାଇବା ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଛନ୍ତି ନରସିଂହ ମିଶ୍ର । ଯଥା ଶୀଘ୍ର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିଧାନସଭା ଓ ଲୋକସେବା ଭବନକୁ ଯିବାକୁ ଅନୁମତି ଦେବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ନରସିଂହ ମିଶ୍ର ।

ସେହିପରି ମୋହନ ମାଝୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି । ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କୁ କ’ଣ ପାଇଁ ବିଧାନସଭା ଓ ଲୋକସଭା ଭବନକୁ ଅନୁମତି ଦିଆଯାଉନି ବୋଲି ପ୍ରଶ୍ନ କରିଥିଲେ । ସାମ୍ବାଦିକ ମାନଙ୍କୁ ଅଛୁଆଁ ଭଳି ବ୍ୟବହାର ନକରାଯାଉ ବୋଲି କହିଛନ୍ତି ମୋହନ ମାଝୀ । ଯଥା ଶୀଘ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଧାନସଭା ଓ ଲୋକ ସେବା ଭବନକୁ ଅନୁମତି ଦେବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି । କେଉଁ କଥା ଲୁଚାଇବା ପାଇଁ ସରକାର ସାମ୍ବାଦିକ ମାନଙ୍କୁ ଛାଡୁ ନାହାନ୍ତି ବୋଲି ପ୍ରଶ୍ନ ଉଭୟ କରିଛନ୍ତି ?

nis-ad
Leave A Reply

Your email address will not be published.