ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ବସ୍‌ ଭଡ଼ା ବଢ଼ିଛି। ତେଲ ଦର ବଢୁଥିବାରୁ ବସ୍‌ ଭଡ଼ା ବଢ଼ିଛି। ଏନେଇ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି। ସଂଘର ନିଷ୍ପତ୍ତି ଅନୁଯାୟୀ, ସୁପର ପ୍ରିମିୟମ କିଲୋମିଟର ପିଛା ୨ ଟଙ୍କା ୩୮ ପଇସାରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଛି। ସେହିପରି ଅର୍ଡିନାରି ଭଡ଼ା ୮୭ ପଇସାରୁ ୯୦ ପଇସାକୁ ବୃଦ୍ଧି ହୋଇଛି।

ଏକ୍ସପ୍ରେସ ଭଡ଼ା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୫୩ ପଇସାରୁ ୧ ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ଭଡ଼ା ୧ ଟଙ୍କା ୨୫ରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଛି।

nis-ad
Leave A Reply

Your email address will not be published.