କାୟାକଳ୍ପ ପୁରସ୍କାର ଲାଗି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯୋଗ୍ୟ ବିବେଚିତ

ଦାରିଙ୍ଗବାଡ଼ି(୨୯/୩) : ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କାୟାକଳ୍ପ ପୁରସ୍କାର ପୁରସ୍କୃତ ହେବା ପାଇଁ ପ୍ରଥମ ଥର ବିବେଚିତ ହୋଇଥିବା ରାଜ୍ୟ ତାଲିକାରୁ ପ୍ରକାଶ ପାଇଛି । ଗତ ମାର୍ଚ୍ଚ ମାସ ୫ ତାରିଖ ଦିନ ରାଜ ସ୍ବାସ୍ଥ୍ୟ ବିଭାଗ କାୟାକଳ୍ପ ଟିମରେ ଯୁଗ୍ମ ନିର୍ଦେଶକ ଡା. ଶୁଭ୍ରାଂଶୁ ଶେଖର ପ୍ରଧାନଙ୍କ ନେତୃତ୍ବରେ ୩ ସଦସ୍ୟ ଦଳ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନରେ ଆସିଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକୁ ଅନୁଧ୍ୟାନ କରିବା ସହ ବିଭିନ୍ନ ନଥିପତ୍ର ତଦାରଖ କରିବା, ଏହିସମସ୍ତ ପ୍ରକଳ୍ପର କାର୍ଯ୍ୟ ସମ୍ପର୍କରେ କର୍ମଚାରୀ ଆବଗତ ନେଇ ଆଲୋଚନା କରିଥିଲେ । ଏହାପରେ ସ୍ବାସ୍ଥ୍ୟ କେନ୍ଦ୍ରର ପରିବେଶ ,ପରିମଳ , ନିର୍ମଳ ଓ ସୁବିଧା ସମ୍ପର୍କରେ ଆଲୋଚନା କରି ପଚାରି ବୁଝିଥିଲେ । ସେହିପରି ଚିକିତ୍ସାଳୟର ବିଭିନ୍ନ କାର୍ଯ୍ୟ ତଦାରଖ କରି ଏହାର ମୂଲ୍ୟାୟନ କରି ନମ୍ବ ଦେବା ସହିତ ସରକାରଙ୍କୁ ରିପୋର୍ଟ ପଠାଇ ଥିଲେ । ସେହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ତଦାରଖର ମୁଲ୍ୟନ ପ୍ରକାରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କାୟାକଳ୍ପ ପୁରସ୍କାର ପୁରସ୍କୃତ ହେବା ପାଇଁ ବିବେଚିତ ହୋଇଥିବା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ଜାକେଶ ସାମନ୍ତରାୟ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.