ଜଙ୍ଗଲ ନିଆଁରେ ଟିକାବାଲି ଧୂଆଁ ଧୂଆଁ : ପରିବେଶ ପ୍ରତି ଦୃଷ୍ଟି ଦେଉନି ପ୍ରଶାସନ

ଟିକାବାଲି (୨୯/୦୩) : ଟିକାବାଲି ର ଆଖ ପାଖ ଅଞ୍ଚଳ ରେ ଥିବା ଜଙ୍ଗଲ ମାନଙ୍କରେ ନିଆଁ ଲାଗିଥିବା ହେତୁ ଟିକାବାଲି ବଜାର ସମେତ ଆଖପାଖ ଅଞ୍ଚଳ ପୁରା ଧୂଆଁ ଧୂଆଁ ହୋଇ ଦୂଷିତ ହେଉଛି | ବର୍ତ୍ତମାନ ଟିକାବାଲି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅଧିକ ହେଉଥିବା ବେଳେ କନ୍ଧମାଳ ର ପରମ୍ପରାଗତ ମହୁଲ ଗୋଟେଇବା ବର୍ତ୍ତମାନ ଜୋର ଦାର ହେଉଛି |ଏହି ମହୁଲ ଗୋଟେଇ କନ୍ଧମାଳ ତଥା ଟିକାବାଲି ଅଞ୍ଚଳ ର କେତେକ ପରିବାର ଏହି କିଛି ଦିନ ଗୁଜୁରାଣ ମେଣ୍ଟାଈବେ | ତେଣୁ ମହୁଲ ଗୋଟାଇବା ପାଇଁ ପତ୍ରଝଡା ମହୁଲ ଗଛର ମୂଳରେ ଜମା ହୋଇଥିବା ପତ୍ର ଗୁଡିକୁ ପ୍ରଥମେ ଜାଳି ସଫା କରିଥାନ୍ତି | କିନ୍ତୁ ସେମାନଙ୍କର ଅସାବଧାନତା ହେତୁ ସେହି ନିଆଁ ଜଙ୍ଗଲ କୁ ମେଡ଼ିଯାଏ ଏବଂ ଗ୍ରୀଷ୍ମ ପ୍ରବାହ ଅଧିକ ହେତୁ ଜଙ୍ଗଲ ନିଆକୁ ଆୟତ୍ତ କରିବା ବହୁତ କଷ୍ଟ ହୋଇଥାଏ ପ୍ରାୟତଃ ବିଭାଗୀୟ କର୍ମଚାରୀ ମାନେ ମଧ୍ୟ ବେଳେ ବେଳେ ଅଣଦେଖା କରିଥାନ୍ତି |ବର୍ତ୍ତମାନ ଟିକାବାଲି ର ଅବସ୍ଥା ସେଇୟା |

ଆଜକୁ ପ୍ରାୟ ଦୁଇ ରୁ ତିନିଦିନ ହେବ ଟିପାରିଗାଁ ଜଙ୍ଗଲ ଓ ତେଙ୍ଗେଡାପଥର ଜଙ୍ଗଲ ରେ ନିଆଁ ଲାଗିଛି କିନ୍ତୁ ଟିକାବାଲି ବିଭାଗୀୟ କର୍ମଚାରୀ ମାନେ ନିଆଁ କୁ ଆୟତ୍ତ କରିବାକୁ ସକ୍ଷମ ହୋଇ ନ ଥିବାରୁ ଟିକାବାଲି ବଜାର ସମେତ ଆଖପାଖ ଅଞ୍ଚଳରେ ଧୂଆଁ ଭରପୁର ହୋଇ ଯାଇଛି ତେଣୁ ଲକଙ୍କ ଶ୍ୱାସକ୍ରିୟା ରେ କଷ୍ଟ ଅନୁଭବ କରୁଥିବା ଦେଖିବାକୁ ମିଳିଛି |

nis-ad
Leave A Reply

Your email address will not be published.