ଖଲ୍ଲିକୋଟରେ ଭାରତ ବନ୍ଦ ସଫଳ

ଖଲ୍ଲିକୋଟ (୨୮/୩) : ସରକାରଙ୍କ ଶ୍ରମିକ କୃଷକ ବିରୋଧୀ ନୀତି ,ପେଟ୍ରୋଲ ,ଡିଜେଲ ଗ୍ୟାସ ସମେତ ସମସ୍ତ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ଦରବୃଦ୍ଧି ଓ ଦେଶର ସମ୍ପତି କୁ ବିକ୍ରି ସାଙ୍ଗକୁ କର୍ମଚାରୀ ଛଟେଇ ଭଳି ପଦକ୍ଷେପ ପ୍ରତିବାଦ ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ଦିଆଯାଇଥିବା ଦୁଇଦିନିଆ ଭାରତ ବନ୍ଦ କୁ ଖଲ୍ଲିକୋଟ ଓ ଆଖପାଖ ଅଂଚଳରେ ବିପୁଳ ଜନ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି l

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ବ୍ୟାନ ଡାକଘର କୋର୍ଟ କଚେରୀ ସ୍କୁଲ କଲେଜ ବନ୍ଦ କରାଯାଇଥିବା ବେଳେ ଖଲ୍ଲିକୋଟସ୍ଥିତ ନିର୍ମଳଝର ଠାରେ ରାସ୍ତା ଅବରୋଧ କରି ବାସ ଗାଡି ଓ ମାଲ୍ବାହୀ ଗାଡି ପଭୁତି ଅଟକ ରଖି ଦୀର୍ଘ ୧୦ ଘଣ୍ଟା ରୁ ଉର୍ଧ ସମୟ ବନ୍ଦ କରିବା ସହ ଜାତୀୟ ରାଜପଥ କୁ ମଧ୍ୟ ଅବରୋଧ କରାଯାଇଥିଲା l ଉକ୍ତ ଭାରତ ବନ୍ଦ ଡ଼ାକରାରେ ସି ପି ଆଇ ର ନେତା ସିମାଞ୍ଚଳ ବେହେରା ,କୃଷକ ନେତା ରଘୁନାଥ ଗୌଡ଼ ,ଶ୍ରମିକ ନେତା ଜୟରାମ ଦାଶ ,ଡ଼ିମିରିଆ ସରପଂଚ ମନୋଜ ଗୌଡ଼ ,କାନ୍ଧ ପ୍ରଧାନ , ବିଦ୍ୟାଧର ବେହେରା ,ଗୁରୁଦେବ ଯାନୀ ,ଲକ୍ଷ୍ମୀ ପାଣିଗ୍ରାହୀ ,ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ଓ ଆସନ୍ତାକାଲି ଭାରତ ବନ୍ଦ ଦୁତୀୟ ଦିବସ ରେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି l

nis-ad
Leave A Reply

Your email address will not be published.