ବିରେନ୍ ପଟ୍ଟନାୟଙ୍କ ଘର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ୫ ଗିରଫ

ବ୍ରହ୍ମପୁର : ପୂର୍ବତନ କର୍ପୋରେଟର ବିରେନ୍ ପଟ୍ଟନାୟଙ୍କ ଘର ଉପରେ ହୋଇଥିବାଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଗୋଷାଣିନୂଆଗାଁ ଥାନା ପୋଲିସ । ସୂଚନାଯୋଗ୍ୟ ବ୍ରହ୍ମପୁର ସହରରେ ଦେଖା ଦେଇଛି ନିର୍ବାଚନୀ ପରବର୍ତ୍ତୀ ହିଂସା। ଗତ ୨୬ ତାରିଖ ମଧ୍ୟ ରାତ୍ରିରେ ବ୍ରହ୍ମପୁର ମହାନଗର ନିଗମର ୧୪ ନଂ ୱାର୍ଡ଼ର କର୍ପୋରେଟର ପ୍ରତିଦ୍ୱନ୍ଦି ସସ୍ମିତା ଦାସଙ୍କ ବିଡ଼୍ କଲୋନୀ ସ୍ଥିତ ବାସଭବନ ଉପରେ କିଛି ଦୁର୍ବୃତ ରାତ୍ର ୩ ଘଟଂ ସମୟରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଘର ଉପରକୁ ପଥର ଆଦି ଫୋପାଡ଼ିବା ସହ ପୂର୍ବତନ କର୍ପୋରେଟର ବିରେନ୍ ପଟ୍ଟନାୟକଙ୍କମୋଟରସାଇକେଲ୍‌ଟିକୁ ଭାଙ୍ଗି ଚୁରମାର୍ କରିଦେଇଥିଲେ । ଏବଂ ବୀରେନ୍ ପଟ୍ଟନାୟକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ସସ୍ମିତା ଦାସ ଗୋଷାଣିନୂଆଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତାଙ୍କୁ ଏବଂ ତାଙ୍କ ପରିବାର କୁ ସୁରକ୍ଷା ଦେବା ପାଇଁ ସେ ଆବେଦନ କରିଥିଲେ। ଅଭିଯୋଗକୁ ଭିତି କରି ଗୋଷାଣିନୂଆଗାଁ ଥାନା ଆଇଆଇସି ସୁମିତ ସରେନଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ପୁଲିସ।

ସ୍ଥାନୀୟ ସିସିଟିଭି ଫୁଟେଜ ଏବଂ ଘଟଣା ସମୟର ଭିଡ଼ିଓ କୁ ଆଧାର କରି ଏହି ଘଟଣାରେ ସଂପୃକ୍ତ ରହିଥିବା ୫ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଗିରଫ ମାନଙ୍କ ମଧ୍ୟରେ ପ୍ରେମନଗର ତୃତୀୟ ଲାଇନର କୁମାର ଅଭିଷେକ ବେହେରା ଓରଫ୍ ଶିବ, ବିଜିପୁର ଲକ୍ଷ୍ମୀ ସାହିର ସାଗର ପାତ୍ର, ହାଉସିଂବୋର୍ଡ଼ ବିମଳା ନଗରର ସରୋଜ କୁମାର ବେହେରା, ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାରର ସିପୁନ୍ ସାହୁ, ବାବାଜୀପେଣ୍ଠ ସାହିର ସନ୍ତୋଷ କୁମାର ସାହୁକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିଲା । ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ସୋରେନ କହିଛନ୍ତି। ତେବେ ବ୍ରହ୍ମପୁର ସହରରେ ଏଭଳି ଘଟଣା କୁ ନେଇ ବେଶ ଚର୍ଚ୍ଚାଚାଲିଛି।ବିରେନ ଏବଂ ତାଙ୍କ ଧର୍ମପତ୍ନୀ ନିର୍ବାଚନ ରେ ହାରି ଯାଇଥିଲେ ମଧ୍ୟ ତାଙ୍କ ଉପରେ ଏଭଳି ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

nis-ad
Leave A Reply

Your email address will not be published.